( ରିିପୋର୍ଟସ ଟୁଡ଼େ): ଭାରତୀୟ ସମ୍ବିଧାନ ପ୍ରସ୍ତୁତିକୁ ପୂରିଲା ୬୯ ବର୍ଷ ପୂରିଛି । ୧୯୪୯ ନଭେମ୍ବର ୨୬ରେ ସମ୍ବିଧାନ କମିଟି ଅଧ୍ୟକ୍ଷ ଡ଼ ଭୀମରାଓ ଆମ୍ବେଦକର ଏହାକୁ ଦାଖଲ କରିଥିଲେ । ସମ୍ବିଧାନର ପ୍ରସ୍ତୁତି ପାଇଁ ୨ ବର୍ଷ ୧୧ ମାସ ୧୮ ଦିନ ସମୟ ଲାଗିଥିଲା। ଏହାକୁ ୧୯୫୦ ଜାନୁୟାରୀ ୨୬ରେ ପ୍ରଣୟନ କରାଯାଇଥିଲା। ଏହାର ସପକ୍ଷରେ ସଂସଦର ୨୮୪ ଜଣ ସଦସ୍ୟ ହସ୍ତାକ୍ଷର କରିଥିଲେ। ସେମାନଙ୍କ ମଧ୍ୟରେ ୧୫ ଜଣ ମହିଳା ସଦସ୍ୟା ଥିଲେ। ୨୦୧୫ଠାରୁ ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବେ ପାଳନ କରାଯାଉଛି।