ମୟୂରଭଞ୍ଜ : (ସତ୍ୟନାରାୟଣ ପାଲ)ରାଇରଙ୍ଗପୁରରେ ଜାତୀୟ କଂଗ୍ରେସ ପକ୍ଷରୁ ଭାରତ ଯୋଡ ପଦଯାତ୍ରା ଓ ଓଡ଼ିଶାର ପରିବର୍ତ୍ତନ ପାଇଁ ପଦଯାତ୍ରା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରା ରେ ଓଡ଼ିଶା କଂଗ୍ରେସର ନେତୃମଣ୍ଡଳୀ ଓ କର୍ମକର୍ତ୍ତାମାନେ ବିଶାଳ ପଟୁଆରରେ ପ୍ରାୟ ୫କିଲୋମିଟର ପଦଯାତ୍ରା କରିଥିଲେ । ଅଁଳାଡୁବାର ସରସ୍ଵତୀ ଶିଶୁ ମନ୍ଦିର ପାଖରୁ ବଜାର ଗୋଲେଇ ଛକ, ଏବଂ ଜଗନ୍ନାଥ ମାର୍କେଟ ପର୍ୟ୍ୟନ୍ତ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ନେତୃବୃନ୍ଦ ଆସନ୍ତା ୨୦୨୪ ନିର୍ବାଚନରେ ରାଜ୍ୟ ଓ କେନ୍ଦ୍ରର ପରିବର୍ତ୍ତନ ଆଣିବା ପାଇଁ ଆହ୍ୱାନ ଦେଇଥିଲେ। ପିସିସି ସଭାପତି ଶରତ ପଟ୍ଟନାୟକ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ପ୍ରାକ୍ତନ ମନ୍ତ୍ରୀ ଗଣେଶ୍ୱର ବେହେରା, ମୟୂରଭଞ୍ଜ ଜିଲ୍ଲା ସଭାପତି ହେମନ୍ତ ଦାସ, ପ୍ରାକ୍ତନ ରାଜ୍ୟସଭା ଓ ଲୋକସଭା ସଦସ୍ୟା ସୁଶୀଳା ତିରିଆ,ଭାରତ ଯୋଡ ଜିଲ୍ଲା ସଂଯୋଜକ ଅରବିନ୍ଦ ଦାସ, ଜିଲ୍ଲା ମହିଳା ସଭାନେତ୍ରୀ ସୁସ୍ମିତା ଘୋଷାଲ, ପ୍ରାକ୍ତନ ବିଧାୟକ ଶ୍ୟାମ ଚରଣ ହାଁସଦା, ଭାରତୀୟ ଆଦିବାସୀ କଂଗ୍ରେସ ସମ୍ପାଦକ ଶ୍ୟାମସୁନ୍ଦର ହାଁସଦା, ଛାତ୍ର କଂଗ୍ରେସ ସଭାପତି ମୋତି ପ୍ରକାଶ ଦାସ, ଚୈତନ୍ୟ ସୋରେନ, ଫୁଲତୋଡ଼ା ଦେଇ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ ।
ଏହି ପରିପ୍ରେକ୍ଷୀରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଥିଲେ ଯେ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଥିବା ବିଭିନ୍ନ ଯୋଜନା ଗୁଡିକ ଉଭୟ ବିଜେଡି ଓ ବିଜେପି ସରକାର କେବଳ ନାମ ବଦଳାଇ ଚଳାଇଛନ୍ତି। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରି ଏଭଳି ଭ୍ରଷ୍ଟାଚାର ଓ ଅପାରଗତା ସରକାର ବିରୋଧରେ ଜନଜାଗରଣ ସୃଷ୍ଟି କରି ଲୋକଙ୍କୁ ଯୋଡ଼ିବା ପ୍ରକ୍ରିୟା ଜାରି ରଖିଥିବା ସେ କହିଥିଲେ । ଜନ୍ ସାଧାରଣଙ୍କୁ ବିଜେଡି ସରକାର ଏବଂ କେନ୍ଦ୍ର ବିଜେପି ସରକାରଙ୍କ କାର୍ୟ୍ୟକଳାପକୁ ଜନତାଙ୍କ ଦରବାରରେ ପହଞ୍ଚାଇବା ପାଇଁ କଂଗ୍ରେସର ଭାରତ ଯୋଗ ଏକମାତ୍ର ଲକ୍ଷ୍ୟ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ରାଜ୍ୟ ନାରୀନେତ୍ରୀ ଵନ୍ଦିତା ପରିଡ଼ା ,ପୂର୍ବତନ ସାଂସଦ ଶୁଭିଲା ତିରିଲା ଗଣମାଧ୍ୟମକୁ କହିଥିଲେ । ରାଇରଙ୍ଗପୁରରେ ବହୁ ସଂଖ୍ୟାରେ ଯୁବ,ଛାତ୍ର,ପୁରୁଷ,ମହିଳା ଯୋଗ ଦେଇଥିବା ଦେଖି ସହରରେ ଚର୍ଚ୍ଚା ଚାଲିଛି । କଂଗ୍ରେସର ଭାରତଯୋଡ ଯାତ୍ରା ସଂପୁର୍ଣ୍ଣ ସଫଳ ହୋଇଥିଲା ।