ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ବିଦେଶ ଯାତ୍ରା କରିବାକୁ ପ୍ରସ୍ତୁତ ହେଲେଣି । ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ସେ ୟୁରୋପ ଯିବେ ବୋଲି ଜଣାପଡିଛି । ଏହା ପୂର୍ବରୁ ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଯାଇଥିବା ସମୟରେ ପାର୍ଲାମେଣ୍ଟରୁ ତାଙ୍କର ସଦସ୍ୟତା ରଦ୍ଦ ହୋଇଯାଇଥିଲା । ଏବେ ରାହୁଲ ଗାନ୍ଧୀ ୟୁରୋପୀୟ ଦେଶ, ବେଲଜିୟମର ବ୍ରସେଲ୍ସ ନରୱେର ଓସଲୋ ଏବଂ ଫ୍ରାନ୍ସର ପ୍ୟାରିସ ଯାତ୍ରା କରିବେ । ସେ ୟୁରୋପୀୟ ସଂସଦ ପରିଦର୍ଶନ କରିବେ ଏବଂ ୟୁରୋପୀୟ ୟୁନିୟନର ସାଂସଦ ମାନଙ୍କ ସହ ଆଲୋଚନା କରିବେ । ଏହା ସହିତ ସେଠାରେ ଥିବା ଭାରତୀୟଙ୍କ ସହିତ ବୈଠକ ମାଧ୍ୟ କରିବେ ବୋଲି କୁହାଯାଉଛି । ତା ସହିତ ସେଠାରେ ଥିବା ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସହିତ କଥାବାର୍ତ୍ତା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ୨୦୨୩ ରେ ଏହା ରାହୁଲ ଗାନ୍ଧୀଙ୍କର ତୃତୀୟ ବିଦେଶ ଯାତ୍ରା ହେବବୋଲି କୁହାଯାଉଛି । ଏହାପୂର୍ବରୁ ରାହୁଲ ମେ ଶେଷ ସପ୍ତାହରେ ଆମେରିକା ଗସ୍ତରେ ଯାଇଥିଲେ । ଆମେରିକା ଗସ୍ତରେ ସେ ସାନ ଫ୍ରାନ୍ସିସ୍କୋ, ୱାଶିଂଟନ ଡିସି ଏବଂ ନ୍ୟୁୟର୍କର ତିନୋଟି ସହରକୁ ଯାଇଥିଲେ । ଏହି ସମୟରେ କଂଗ୍ରେସ ନେତା ଉଦ୍ୟୋଗୀ , ଆମେରିକୀୟ ସାଂସଦଙ୍କ ସହ ଭାରତୀୟ ସମ୍ପ୍ରଦାୟର ଲୋକଙ୍କୁ ଭେଟିଲେ ।ଏହି ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପାକୁ ଟାର୍ଗେଟ କରିଥିଲେ ।