ଦୀପଗ୍ରେସଙ୍କୁ ଧର୍ମେନ୍ଦଙ୍କ ଶୁଭେଚ୍ଛା

ଭୁବନେଶ୍ୱର(ରିପୋର୍ଟର୍ସ ଟୁଡେ): ଟୋକିଓ ଅଲିମ୍ପିକ ପ୍ରତିଯୋଗିତାରେ ପାଇଁ ଭାରତୀୟ ହକି ଦଳରେ ସ୍ଥାନ ପାଇଛନ୍ତି ଓଡିଆ ଝିଅ ଦୀପଗ୍ରେସ ଏକ୍କା । ଜାତୀୟ ଦଳରେ ସ୍ଥାନ ପାଇବା ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ଏହି ତାଲିକାରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୀପଙ୍କୁ ଶୁଭେଚ୍ଛା ଜଣାଇବା ସହ ଅଲିମ୍ପିକରେ ଭଲ ପ୍ରଦର୍ଶନ କରିବା ପାଇଁ ସେ ଆଶା ପ୍ରକଟ କରିଛନ୍ତି । ଏଥିସହ ଭାରତୀୟ ଦଳକୁ ସେ ଶୁଭେଚ୍ଛା ଜଣାଇଛନ୍ତି ।