ବଢ଼ିଲେ ମଧୁବାବୁ ପେନସନ୍ ଯୋଜନାରେ ହିତାଧିକାରୀ।ଆହୁରୀ ୪ ଲକ୍ଷ ୧୩ ହଜାର ନୂଆ ହିତାଧିକାରୀ ପାଇବେ ମଧୁବାବୁ ପେନସନ୍ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି। ଏବେ ରାଜ୍ୟରେ ୨୮ ଲକ୍ଷ ୬୧ ହଜାର ହିତାଧିକାରୀ ଥିବା ବେଳେ ନୂଆ ହିତାଧିକାରୀ ମିଶିବା ପରେ ଏହି ସଂଖ୍ୟା ୩୨ ଲକ୍ଷ ୭୫ ହଜାରରେ ପହଞ୍ଚିଲାö ସାମିଲ ନୂଆ ହିତାଧିକାରୀ ଅଗଷ୍ଟ ୧୫ରେ ଅର୍ଥାତ ଏ ମାସ ୧୫ ତାରିଖରେ ନିଜର ପ୍ରଥମ ଭତ୍ତା ପାଇବେ।ଏହି ଯୋଜନାରେ ହିତାଧିକାରୀଙ୍କୁ ମାସିକ ୫୦୦, ୭୦୦ ଏବଂ ୯୦୦ ଟଙ୍କା ମିଳୁଛି।ମଧୁବାବୁ ପେନସନ୍ ଯୋଜନା’ରେ ବରିଷ୍ଠ ନାଗରିକ, ଭିନ୍ନକ୍ଷମ, ବିଧବା ଏବଂ ବିଭିନ୍ନ ଦୂରାରୋଗରେ ପୀଡ଼ିତ ଲୋକମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ମାସିକ ଭତ୍ତା ପ୍ରଦାନ କରାଯାଏ । ୨୦୦୮ ମସିହା ଜାନୁଆରୀ ମାସ ପହିଲା ତାରିଖରୁ ଏହି ଯୋଜନା ଆରମ୍ଭ କରାଯାଇଛି।
5T ସଚିବ ବିଭିନ୍ନ ଜିଲ୍ଲା ଗସ୍ତ କରି ଏ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ମୁଖ୍ୟମନ୍ତ୍ରୀ ଏହି ପରିପ୍ରେକ୍ଷୀରେ ଏହି ନିଷ୍ପତି ନେଇଛନ୍ତିöଏସବୁ ଅଗଷ୍ଟ 15 ତାରିଖରେ ସବୁ ଗ୍ରାମ ପଞ୍ଚାୟତ ରେ ନିର୍ବାଚିତ ଜନ ପ୍ରତିନିଧିଙ୍କ ଉପସ୍ଥିତରେ ବଣ୍ଟାଯିବ ଏଥିପାଇଁ ଜିଲ୍ଲପାଳ ମାନଙ୍କୁ ନିର୍ଦ୍ଧେଶ ଦିଆଯାଇଛି । ରାଜ୍ୟ ସରକାର ୨୮ଲକ୍ଷ ୬୧ ହଜାର ହିତାଧିକାରୀଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ସାମାଜିକ ସୁରକ୍ଷା ପେନସନ୍ ଦେଉଛନ୍ତି । ୭୯ବର୍ଷ କିମ୍ବା ତାଠୁ କମ୍ ହିତାଧିକାରୀଙ୍କୁ ମାସିକ ୫ଶହ ଟଙ୍କା, ୮୦ରୁ ଅଧିକ ବୟସ୍କଙ୍କୁ ମାସିକ ୭ଶହ ଟଙ୍କା ଦିଆଯାଉଛି। ସେହିପରି ୪୦ରୁ ୫୯ପ୍ରତିଶତ ଦିବ୍ୟାଙ୍ଗଙ୍କୁ ୫ଶହ, ୬୦ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗଙ୍କୁ ୭ଶହ, ୬୦ ପ୍ରତିଶତରୁ ଅଧିକ ଶାରିରୀକ ଅକ୍ଷମତା ଥିବା ୮୦ବର୍ଷରୁ ଅଧିକଙ୍କୁ ମାସିକ ୯ଶହ ଟଙ୍କା ପେନସନ୍ ଦିଆଯାଉଛି । ୪ଲକ୍ଷ ୧୩ହଜାର ଅତିରିକ୍ତ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରିବା ଦ୍ବାରା ରାଜ୍ୟର ସାମାଜିକ ସୁରକ୍ଷା ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ।