କଳିଙ୍ଗରେ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌‌ ଫୁଟବଲ ଟୁର୍ଣ୍ଣାମେଣ୍ଟ :ଷ୍ଟାଡିୟମରେ ପହଞ୍ଚି ମ୍ୟାଚ୍‌ ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଫୁଟବଲ ଟୁର୍ଣ୍ଣାମେ ।ଭାରତ ସମେତ ଲେବାନନ, ମଙ୍ଗୋଲିଆ ଓ ଭାନୁଆଟୁ ଏଥିରେ ଅଂଶଗ୍ରହଣ କରିଛନ୍ତି। ପ୍ରଥମ ମ୍ୟାଚରେ ଲେବାନନ ବିଜୟ ହାସଲ କରିଛି। ଭାନୁଆଟୁ ବିପକ୍ଷରେ ଲେବାନନ ୩-୧ ଗୋଲରେ ବିଜୟ ହାସଲ କରିଥିଲା। ଗତ କାଲି ସନ୍ଧ୍ୟା ୭.୩୦ରେ ଭାରତ-ମଙ୍ଗୋଲିଆ ବିପକ୍ଷ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ ସମୟରେ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ଥର ପାଇଁ ଭାରତୀୟ ଫୁଲବଲ ଦଳ ଓଡ଼ିଶାରେ ମ୍ୟାଚ ଖେଳୁଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି।

ମ୍ୟାଚ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ପଡିଆରେ ପହଞ୍ଚି ଉଭୟ ଦଳ ଖେଳାଳିଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ। ଏହାପରେ ଉଭୟ ଟିମ୍‌ ସହ ମୁଖ୍ୟମନ୍ତ୍ରୀ ଫଟୋ ଉଠାଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କଳିଙ୍ଗ ଷ୍ଟାଡିୟମରେ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ଖେଳାଯାଉଥିବାରୁ ସେ ବହୁତ ଖୁସି ଅଛନ୍ତି। କଳିଙ୍ଗରେ ଆନ୍ତର୍ଜାତୀୟ ଦଳଗୁଡିକ ଖେଳୁଥିବାରୁ ଓଡ଼ିଶାର ଫୁଟବଲ ଖେଳାଳିମାନେ ଏହା ବେଶ ଉପଯୋଗୀ ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ AIFF ସଭାପତି କଲ୍ୟାଣ ଚୌବେଙ୍କୁ ଭାରତରେ ଫୁଲବଲର ଉନ୍ନତି ପାଇଁ ସମସ୍ତ ପ୍ରକାର ସମର୍ଥନ କରିବେ ବୋଲି କହିଛନ୍ତି। ଚାମ୍ପିଅନସିପ୍ ଆୟୋଜନ କରିଥିବାରୁ AIFF ସଭାପତି କଲ୍ୟାଣ ଚୌବେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଫୁଟବଲ୍ ବିକାଶରେ ରାଜ୍ୟ ସରକାରଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି।