(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଭାରତ ଏବଂ ଭାରତ ବାହାରେ ଏପରି କିଛି ପର୍ଯ୍ୟଟନ ସ୍ଥଳୀ ରହିଛି । ଯାହା ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି । କିନ୍ତୁ କେତେକ ପ୍ରସିଦ୍ଧ ସ୍ଥାନ ରହିଛି ଯେଉଁଠାରେ କିଛି ଏପରି ବିଶେଷ୍ୱତ୍ତ୍ୱ ଲୁଚି ରହିଛି । ଯାହା ଆମେ ଆଜି ଆପଣ୍କୁ ଜଣାଇବୁ ।
ପ୍ରାୟତଃ ପ୍ରେମର ମୁକଶାକ୍ଷୀ ତାଜାମହଲକୁ ସମସ୍ତେ ବୁଲି ଦେଖିଥିବେ । କିନ୍ତୁ ତାଜମହଲର ସମସ୍ତ ଦ୍ୱାରା ବନ୍ଦ ରହିଛି । କେବେ ମନରେ ପ୍ରଶ୍ନ ଉଠିଛି କି ଏହା କଣ ପାଇଁ । ଶାହଯାହାନଙ୍କ ମୃତ୍ୟୁ ପରେ ତାଜମହଲର ସବୁ ଦ୍ବାର ବନ୍ଦ କରାଯାଇଥିଲା। ଭାରତ ସରକାର ମଧ୍ୟ ଏହା ଆଦେଶ ଦେଇଛନ୍ତି ଯେ, ତାଜମହଲର ଦ୍ବାର କେବେ ଖୋଲାଯିବ ନାହିଁ। ସ୍ଥାନୀୟ ଲୋକଙ୍କ ଅନୁସାରେ ତାଜମହଲର ସବୁଠୁ ନିମ୍ନ ଭାଗରେ ମୁମତାଜଙ୍କ ସମାଧି ରହିଛି। ବୈଜ୍ଞାନିକଙ୍କ ଅନୁସାରେ ସେଠାରେ ଥିବା ଅଣ୍ଡରଗ୍ରାଉଣ୍ଡ ରୁମରେ ମଧ୍ୟ ବହୁତ ମାତ୍ରାର କାର୍ବନଡାଇକ୍ସାଇଡ୍ ଅଛି । ଏଥିପାଇଁ ତାଜମହଲର ଦ୍ବାର ସବୁଦିନ ପାଇଁ ବନ୍ଦ କରାଯାଇଛି। କାରଣ ଏହାର ଦ୍ବାର ଖୋଲିଲେ ଏହା ମଣିଷ ଜୀବନ ପାଇଁ କ୍ଷତିକାରକ ହୋଇପାରେ।
ତାଜମହଲ ବ୍ୟତୀତ ଚୀନର ପ୍ରଥମ ସମ୍ରାଟ କବିନ ଛି ହୁଆଙ୍ଗଙ୍କ ସମାଧି ଯିଏ ନିଜ ଖାସ ସେନାଙ୍କ ପାଇଁ ଲୋକଙ୍କ ଗହଣରେ ଚର୍ଚ୍ଚାରେ ରହୁଥିଲେ। କାରଣ ସେନାମାନେ ତାଙ୍କ ସମାଧିର ନିର୍ମାଣ ୩୮ ବର୍ଷ ଯାଏଁ କରିଥିଲେ। ଏହାକୁ ତିଆରି କରିବା ପାଇଁ ୭ ଲକ୍ଷ ଲୋକ ସାମିଲ ହୋଇଥିଲେ। ଏହି ଦ୍ବାର ସମ୍ରାଟଙ୍କ କକ୍ଷ ଯ।ଏଁ କରାଯାଇଛି। ଏଥିପାଇଁ ଏହି ଦ୍ବାର ଖୋଲା ଯାଏ ନାହିଁ।
ଇଜିପ୍ଟ ସ୍ଫିକଂସ୍ ସମଗ୍ର ବିଶ୍ବରେ ପ୍ରସିଦ୍ଧ। ବିଶ୍ବର ପ୍ରସିଦ୍ଧ ପର୍ୟ୍ୟଟକ ସ୍ଥାନ ମଧ୍ୟରୁ ଗୋଟିଏ ହେଉଛି ଇଜିପ୍ଟ ସ୍ଫିକଂସ୍। ପ୍ରତି ବର୍ଷ ସେଠାକୁ ଅନେକ ଲୋକ ବୁଲିବାକୁ ଯାଆନ୍ତି। କିନ୍ତୁ ଏହି ସ୍ଥାନରେ ଥିବା ରହସ୍ୟ ବିଷୟରେ ଅଧିକାଂଶ ଲୋକେ ଜାଣନ୍ତି ନାହିଁ। ସ୍ଫିକଂସ୍ର ବାମ ଗୋଡ ତଳେ ଏକ କକ୍ଷ ଅଛି ଯାହା ଆଜି ଯାଏଁ ଖୋଲା ଯାଇନାହିଁ। ଏହି କକ୍ଷ ହଲ ଅଫ ରେକର୍ଡ ନାଁରେ ମଧ୍ୟ ପରିଚିତ। ଇଜିପ୍ଟ ସରକାର ସ୍ଫିକଂସ୍ର ସୁଡଙ୍ଗ ଉପରେ ଏକ ଲୁହାର କବାଟ ଲଗାଇ ଏହି ଦ୍ବାରକୁ ସବୁଦିନ ପାଇଁ ବନ୍ଦ କରିଦେଇଥିଲେ। ଏହା ଭିତରକୁ ଯିବା ପାଇଁ କାହାକୁ ଅନୁମତି ଦିଆଯାଏ ନାହିଁ।