ଭୁବନେଶ୍ୱର: ଭୁବନେଶ୍ୱର ଝାରପଡା ଜେଲରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଜେଲ ଭିତରେ ଗତ କାଲି ବିଳମ୍ବିତ ରାତିରେ ଗଣ୍ଡଗୋଳ ହୋଇଥିବା ସୂଚନାରହିଛି । ଗଣ୍ଡଗୋଳରେ ୪ରୁ ଉର୍ଦ୍ଧ ବିଚାରାଧୀନ କଏଦୀ ଗୁରୁତର ହୋଇଥିବା କୁହାଯାଉଛି । ତେବେ ଗୁରୁତରଙ୍କୁ ଜେଲ ହସ୍ପିଟାଲରେ ଚିକିତ୍ସିତ ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏଥିରେ ଜଣେ ବିଚାରାଧୀନ କଏଦୀଙ୍କ ଆଖି ନଷ୍ଟ ହୋଇଥିବା ସୂଚନା ରହିଛି । ଗତ କିଛି ଦିନ ଧରି ଜେଲ ରେ ଗଣ୍ଡଗୋଳ ବଢିଚାଲିଛି । ଜେଲ ଭିତରକୁ ନିଶା ପ୍ରବେଶ କରୁଥିବାର ଅଭିଯୋଗ ଆସିଛି । ବ୍ରାଉନସୁଗର ସେବନ କରି ପୂର୍ବରୁ ଅନ୍ତେବାସୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।