ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଆବେଦନର ଶୁଣାଣିରୁ ଓହରିଯାଇଛନ୍ତି ଜଷ୍ଟିସ୍ ବି.ଆର. ଗଭାଇ…

ବାପସଭବନରୁ ନଗଦ ଟଙ୍କା ମିଳିବା ଘଟଣାକୁ ନେଇ ବିବାଦୀୟ ହୋଇ ପଡ଼ିଥିବା ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶବନ୍ତ ବର୍ମାଙ୍କ ବିରୋଧରେ ସଂସଦ‌ରେ ମହାଭିଯୋଗ ପ୍ରସ୍ତାବ ଆଣିବାପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଭାରତର ମୁଖ୍ୟ ବିଚାରପତି (CJI) ଜଷ୍ଟିସ୍ ବି.ଆର. ଗଭାଇ ବୁଧବାର ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଦ୍ବାରା ଦାୟର କରାଯାଇଥିବା ଏକ ଆବେଦନର ଶୁଣାଣିରୁ ଓହରିଯାଇଛନ୍ତି।


ସିଜେଆଇ ଗଭାଇ ବରିଷ୍ଠ ଓକିଲ କପିଲ ସିବଲଙ୍କୁ କହିଥିଲେ ମୁଁ ଏହି ମାମଲା ଶୁଣିପାରିବି ନାହିଁ । କାରଣ ମୁ ମଧ୍ୟ ସେହି କମିଟିର ଅଂଶ ଥିଲି ଓ ଆମକୁ ଏହି ମାମଲାକୁ ତାଲିକାଭୁକ୍ତ କରିବାକୁ ପଡିବ ଏବଂ ଏବଂ ଏଥିପାଇଁ ପାଇଁ ଏକ ଏକ ନୂତନ ବେଞ୍ଚ ଗଠନ କରିବାକୁ ପଡିବ। ସେପଟେ ସିବଲଙ୍କ ଅନୁରୋଧ ଶୁଣିବାପରେ ପ୍ରଧାନ ବିଚାରପତି ଏହି ମାମଲାର ଶୁଣାଣି କରିବାପାଇଁ ଏକ ଖଣ୍ଡପୀଠ ଗଠନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ଏବଂ ଏହା କାର୍ୟ୍ୟକାରୀ ହୋଇଛି। ଆଜି ଆବେଦନ‌ର ଶୁଣାଣି କରୁଥିବା ଖଣ୍ଡପୀଠରେ ପ୍ରଧାନ ବିଚାରପତିଙ୍କ ବାଦ୍‌ ଜଷ୍ଟିସ କେ ବିନୋଦ ଚନ୍ଦ୍ରନ ଏବଂ ଜୟମାଲ୍ୟ ବାଗ୍‌ଚୀ ସାମିଲ ଥିଲେ।


ଉଲ୍ଲେଖଯୋଗ୍ୟ, ଜଷ୍ଟିସ ବର୍ମାଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ଇନ୍‌ ହାଉସ୍‌ ତତନ୍ତ ରିପୋର୍ଟକୁ ସେ ଜୁଲାଇ ୧୭ ତାରିଖରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଜଷ୍ଟିସ ବର୍ମା କହିଛନ୍ତି, ତାଙ୍କ ସରକାରୀ ବାସଭବନର ଆଉଟ୍‌ହାଉସ୍‌ରୁ ନଗଦ ଟଙ୍କା ମିଳିଥିଲା। ଏହି ଟଙ୍କାର ପ୍ରକୃତ ମାଲିକ କିଏ ତାହା ପ୍ରମାଣ କରିବାପାଇଁ ଇନ୍‌ ହାଉସ୍‌ ଇନକ୍ବାରି କମିଟି ବିଫଳ ହୋଇଛି।