ଭୁବନେଶ୍ୱର: ବର୍ତ୍ତମାନ ବାତ୍ୟା ଅଞ୍ଚଳ ପରିଦର୍ଶନ କରୁଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆକାଶ ମାର୍ଗରୁ କରୁଛନ୍ତି ବାତ୍ୟା ଅଞ୍ଚଳ ପରିଦର୍ଶନ । ମୁଖ୍ୟମନ୍ତ୍ରୀଙ୍କ ସହିତ ଅଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ପ୍ରତିକୂଳ ପାଗ ଯୋଗୁଁ ଗତକାଲି ବାତିଲ ହୋଇଥିଲା ମୁଖ୍ୟମନ୍ତ୍ରୀଙ୍କ ପ୍ରଭାବିତ ଜିଲ୍ଲା ଆକାଶମାର୍ଗରୁ ପରିଦର୍ଶନ କାର୍ଯ୍ୟକ୍ରମ । ବାତ୍ୟା ଅଞ୍ଚଳ ପରିଦର୍ଶନ ପରେ ସନ୍ଧ୍ୟାରେ ଲୋକସେବା ଭବନରେ ସମୀକ୍ଷା ବୈଠକ ।