ଘଷିପୁରା : କେଶଦୁରାପାଳ ତକ୍ଷଶିଳା ଇଂରାଜୀ ଇଣ୍ଟର ନ୍ୟାସନାଲ ବିଦ୍ୟାଳୟରେ ନିଆଁରା ଢ଼ଙ୍ଗରେ ଶିଶୁ ଦିବସ ପାଳନ କରାଯାଇଛି । ଛୋଟ ଛୋଟ ଛାତ୍ରଛାତ୍ରୀ ମାନେ ବିଭିନ୍ନ ଖାଇବା ସାମଗ୍ରୀର ଷ୍ଟଲ କରି କିପରି ବ୍ୟେବସାୟ କରାଯାଏ ଶିଖିବା ସହ ନିଜେ ବହୁତ ସୁସ୍ୱାଦୁ ଖାଦ୍ୟ ସାମଗ୍ରୀ ତିଆରି କରି ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କୁ ବ୍ୟବସାୟ କରି ଖୁସି ହୋଇଛନ୍ତି । ଏହା କରିବା ଦ୍ବାରା ବ୍ୟବସାୟ , ଲାଭ କ୍ଷତି କିପରି ହୁଏ ଛାତ୍ରଛାତ୍ରୀ ମାନେ ଜାଣିପାରିବେ ,ନିଜେ ମଧ୍ୟ କାହା ଉପରେ ନିର୍ଭର ନ କରି ଖାଦ୍ୟ ପ୍ରସ୍ତୁତ କରି ପାରିବେ । ଛୋଟ ଛୋଟ ପିଲାଙ୍କ ଏପରି କାର୍ଯ୍ୟକ୍ରମ କୁ ଅଭିଭାବକ ଓ ବିଭିନ୍ନ ମହଲରେ ପ୍ରସଂଶା କରାଯାଇଛି ,ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଛାତ୍ରଛାତ୍ରୀ ମାନଙ୍କୁ ସହଯୋଗ କରିଥିଲେ ।