CDSଙ୍କ ହେଲିକପ୍ଟର କ୍ରାସ; ଗୁରୁତର ବିପିନ ରାୱତ

ତାମିଲନାଡୁ: ଦୁର୍ଘଟଣାଗ୍ରସ୍ତ ହୋଇଛି ବାୟୁସେନାର ହେଲିକପ୍ଟର । ଦୁର୍ଗଟଣାରେ ୪ ଜଣଙ୍କ ମୃତ୍ୟୁ । ଦୁଇ ପାଇଲଟ, ଜଣେ ଇଞ୍ଜିନିୟର ଏବଂ ଜଣେ ସେନାଙ୍କର ମୃତ୍ୟୁ । ତଦନ୍ତ ନିର୍ଦ୍ଦେଶ ଦେଲା ବାୟୁସେନା ।

ସୂଚନା ଅନୁସାରେ, ତାମିଲନାଡୁର କୁନ୍ନୁରରେ ବାୟୁସେନାର MI17.V-5 ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ହେଲିକପ୍ଟରରେ CDS ବିପିନ ରାୱତ ଏବଂ ତାଙ୍କ ପତ୍ନୀ ଥିବା ବେଳେ ଅନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ଏହି ହେଲିକପ୍ଟରରେ ଥିବା ନେଇ ସୂଚନା ଦେଇଛି ବାୟୁସେନା ବିଭାଗ । ଦୁର୍ଘଟଣାରେ ୪ ଜଣଙ୍କର ମୃତ ଦେହ ଠାବ କରାଯାଇଛି । ଏଥି ସହ ୩ ଜଣ ଦଚର୍ଘଟଣାରେ ଗରୁତର ହୋଇଥିବା ସୂଚନା ମିଳିଛି । ତେବେ ବିପିନ ରାୱତଙ୍କ ମଧ୍ୟ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାର କାରଣ ଏବଂ ପରିସ୍ଥିତି ବିଷୟରେ ଜାଣିବା ପାଇଁ ତଦନ୍ତ ନିର୍ଦ୍ଦେଶ ଦେଇଛି ବାୟୁସେନା । ଦୁର୍ଘଟରା ସମ୍ପର୍କରେ ଏକ ପ୍ରେସ ବିବୃତ୍ତି ଜରିଆରେ ସୂଚନା ଦେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।