ବ୍ୟୁରୋ : ଗାଜର ଜୁସ ସ୍ୱାସ୍ଥ୍ୟ ପାଇଁ ବହୁତ ହିତକର । ଗାଜରରେ ବିଟା-କ୍ୟାରୋଟିନ ନାମକ ଔଷଧୀୟ ତତ୍ତ୍ୱ ରହିଛି ଯାହା କ୍ୟାନସରକୁ ନିୟନ୍ତ୍ରଣ କରିଥାଏ । ଗାଜର ଜୁସ ସେବନ ଦ୍ୱାରା ପାଚନ ତନ୍ତ୍ର ମଜବୁତ ହୋଇଥାଏ । ବୟସ ବଢିବା ସହ ଶରୀର ଦୁର୍ବଳ ହୋଇଥାଏ । ଗାଜର ଜୁସ ସେବନ ଦ୍ୱାରା ଏହି ଦୁର୍ବଳତା ଦୂର ହୋଇଥାଏ । ଗାଜର ଜୁସ ଗର୍ଭବତୀ ମହିଳାଙ୍କ ପାଇଁ ମଧ୍ୟ ଲାଭଦାୟକ । ଏହାର ଆହୁରି ଅନେକ ଫାଇଦା ରହିଛି । ଗାଜର ଜୁସ ସେବନ ଦ୍ୱାରା ଶରୀରରେ ରକ୍ତ ମାତ୍ରା ବୃଦ୍ଧି ପାଇଥାଏ । ଦୃଷ୍ଟି ଶକ୍ତି ପାଇଁ ଗାଜର ବହୁତ ଲାଭଦାୟକ ।
ଗାଜର ସେବନ ଦ୍ୱାରା ଆଖି ସମସ୍ୟା ଦୂର ହୋଇଥାଏ । ଗାଜର ଜୁସରେ ବିଟା-କ୍ୟାରୋଟିନ ଭରପୁର ମାତ୍ରାରେ ରହିଛି । ଏକ ରିସର୍ଚ୍ଚରୁ ଜଣାପଡିଛି ବିଟା କ୍ୟାରୋଟିନ ଆକ୍ସିଡେଟିଭ ଷ୍ଟ୍ରେସ କମ କରିବାରେ ଓ କରିଥାଏ । ଏହା ଗ୍ଲୁଟାଥିୟୋନ ମେଟାବୋଲିଜିମରେ ସୁଧାର ଆଣିଥାଏ । ଗାଜରରେ ପ୍ରଚୁର ମାତ୍ରାରେ ଭିଟାମିନ-ଏ ରହିଛି । ନିୟମିତ ଗୋଟିଏ ଗ୍ଲାସ ଗାଜର ଜୁସ ସେବନ କଲେ ତ୍ୱଚା ସୁନ୍ଦର ଓ ଚିକ୍କଣ ହୋଇଥାଏ ଏବଂ ମୁହଁ ଉଜ୍ଜ୍ୱଳ ଦିଶିଥାଏ । ଗାଜର ଜୁସ ସେବନ ଦ୍ୱାରା କ୍ୟାନସର ବିପଦ କମ ଥାଏ । ଗାଜରରେ ଏଣ୍ଟି-କ୍ୟାନସର ଗୁଣ ରହିଛି କ୍ୟାନସରରୁ ରକ୍ଷା କରିଥାଏ । ଏହାସହ ଗାଜର ଜୁସ ଗର୍ଭବତୀ ମହିଳାଙ୍କ ପାଇଁ ମଧ୍ୟ ବହୁତ ଲାଭଦାୟକ । ଗାଜର ଜୁସ ହୃଦୟ ସମ୍ବନ୍ଧୀୟ ରୋଗ କମ କରିବାରେ ସାହାଯ୍ୟ କରିଥାଏ । ଗାଜର ଜୁସ ସେବନ କଲେ ରକ୍ତ ସଞ୍ଚାଳନ ମଧ୍ୟ ଭଲ ଭାବେ ହୋଇଥାଏ ।