ବାଇକକୁ ପଛରୁ ପିଟିଲା କାର : ୨ ଜଣଙ୍କ ମୃତ୍ୟୁ

ପିପିଲି / ଜୟନ୍ତ ସେଠି:    ବାଇକ କୁ ପିଟିଲା କାର ୨ଜଣଙ୍କ ମୃତ୍ୟୁ । ପୁରୀ ଜିଲ୍ଲା ୩୧୬ ନମ୍ବର ଜାତୀୟ ରାଜପଥ ପିପିଲି ମକୁନ୍ଦ ପୁର ସଟସ ବାଇପାସ ନିକଟରେ  ଘଟି ଯାଇଛି ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭୁବନେଶ୍ୱର ରୁ ପୁରୀ ଯାଉଥିବା ବେଳେ ବାଇକ କୁ ପଛରୁ ପିଟିଲା କାର । ବାଇକ ଉପରେ ମାଡିଯାଇ ଭାରସାମ୍ୟ ହରାଇ ଓଲଟି ପଡିଲା କାର ।  ଯାହାଫଳରେ ଘଟଣାସ୍ଥଳରେ ହିଁ ଚାଲିଯାଇଛି ୨ଜଣଙ୍କ  ଜୀବନ । ମୃତକ ବାଲିପଡ଼ା ନନ୍ଦନକାନନ ଅଞ୍ଚଳର ସୁଧାକର ପାତ୍ର ଓ ରଶ୍ମିରଞ୍ଜନ ପରିଡ଼ା ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ,  ସୁଧାକର ପାତ୍ର ଓ ରଶ୍ମିରଂଜନ ପରିଡା ନାମକ ଦୁଇ  ଯୁବକ ଏକ ବାଇକ୍‌ ଯୋଗେ ଭୁବନେଶ୍ୱରରୁ ପୁରୀ ଯାଉଥିଲେ । ଏହି ସମୟରେ ପିପିଲି ମକୁନ୍ଦପୁର ସଟସ ବାଇପାସ ନିକଟରେ ବାଇକ୍‌କୁ ଧକ୍କା ଦେଇଥିଲା ଏକ କାର୍‌ । ଏହି ଦୁର୍ଘଟଣାରେ କାର୍‌ଟି ବାଇକ୍‌ ଉପରେ ମାଡିଯାଇ ଓଲଟି ପଡ଼ିଥିଲା ।

ଯାହାଫଳରେ ଘଟଣାସ୍ଥଳରେ ହିଁ ଉଭୟ ଯୁବକଙ୍କ ମୃତ୍ୟୁ ହୋଇଥିଲା ।  ସେପଟେ ଏହି ଭୟଙ୍କର ଦୁର୍ଘଟଣା  ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କ ମୃତଦେହକୁ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏହାସହ କାର୍‌ ଡ୍ରାଇଭରକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ ।