ନୂଆଦିଲ୍ଲୀ-: ଅହମ୍ମଦାବାଦରୁ ନୂଆଦିଲ୍ଲୀ ଆସୁଥିବା ଏକ ଇଣ୍ଡିଗୋ ବିମାନକୁ ମିଳିଲା ବୋମା ଧମକ । ଏନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଘଟଣା ଜଣାପଡିବା ପରେ, ବିମାନଟିକୁ ବିମାନବନ୍ଦରର ଆଇସୋଲେସନ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସୁରକ୍ଷା ଯାଞ୍ଚ ପାଇଁ ରଖାଯାଇଥିଲା ଏବଂ ବିମାନରେ ଥିବା ସମସ୍ତ ୧୯୨ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଥିଲା । ପାଟନାରେ ବିମାନ ଅବତରଣ କରିବା ପରେ ଇଣ୍ଡିଗୋ ଷ୍ଟେସନ ମ୍ୟାନେଜରଙ୍କ ମୋବାଇଲକୁ ଏକ ହ୍ୱାଟ୍ସଆପ୍ ମେସେଜ୍ ମାଧ୍ୟମରେ ବୋମା ଧମକ ପଠାଯାଇଥିଲା । ବୋମା ଧମକ ପରେ ତୁରନ୍ତ ବିମାନବନ୍ଦର ସୁରକ୍ଷାକୁ କଡାକଡି କରାଯିବ ସହିତ ବିମାନବନ୍ଦର କର୍ତ୍ତୃପକ୍ଷ ବୋମା ଧମକର ସମୀକ୍ଷା କରିବା ପାଇଁ ଏକ ବୈଠକ କରିଥିଲେ ।