ଗଞ୍ଜାମ(ରଜନୀକାନ୍ତ ପାତ୍ର) : ଗଞ୍ଜାମ ଜିଲ୍ଲା ଆସିକା ଥାନା କିଶୋରଚନ୍ଦ୍ର ପଲ୍ଲୀ ଗାଁ ରେ ଆଜି ସକାଳୁ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ବୋହୁର ଠେଙ୍ଗା ମାଡ଼ରେ ଟଳିପଡିଲେ ଶଶୁର। ମୃତ ଶଶୁର ହେଲେ ୫୫ ବର୍ଷୀୟ ସିମାଞ୍ଚଳ ନାୟକ । ହତ୍ୟାକାଣ୍ଡ ର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୂର୍ବରୁ ଶଶୁର ସିମାଞ୍ଚଳ ବିଭିନ୍ନ ସମୟରେ ମଦ୍ୟପାନ କରି ବୋହୁକୁ ମାରପିଟ କରୁଥିଲା । ତେଣୁ ଘରୋଇ କଳହରୁ ଏହି ଭଳି ହତ୍ୟାକାଣ୍ଡ ହୋଇଥିବା ଅଲୋଚନା କରାଯାଉଛି। ସେପଟେ ଆସିକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ଏବଂ ଶଶୁର ହତ୍ୟାକାରୀ ବୋହୁକୁ ଅଟକ ରଖିଛି ପୋଲିସ ।