ନୟାଗଡ଼ ଜିଲ୍ଲାପାଳଙ୍କ ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

ଗତକାଲି ନୂଆଗାଁ ବ୍ଲକ ପରିସରରେ ଥିବା ରାଜୀବଗାନ୍ଧୀ ସଦଭାବନା ଗୃହରେ ନୟାଗଡ଼ ଜିଲ୍ଲାପାଳଙ୍କ ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା।ଏଥିରେ ମୋଟ ୬୧ଟି ଆପତ୍ତି ଅଭିଯୋଗ ହୋଇଥିଲା। ସେଥି ମଧ୍ୟରୁ ୫୩ଟି ବ୍ୟକ୍ତିଗତ ଅଭିଯୋଗ ହୋଇଥିବା ବେଳେ ୮ଟି ଗ୍ରାମ୍ୟ ସମସ୍ୟା  ଅଭିଯୋଗ ହୋଇଥିଲା। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଆଧାରିତ ଏବଂ ରେଡ଼କ୍ରସ କୌଣସି ଅଭିଯୋଗ ହୋଇନଥିଲା।

ଅଭିଯୋଗ ମଧ୍ୟରୁ ୧୭ଟି ତୁରନ୍ତ ସମାଧାନ ହୋଇଥିଲା। ସେଠାରେ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ମାଇଛେଳି ପଞ୍ଚାୟତ ଗୋଛାବାରୀ ଗ୍ରାମର କୃପାସିନ୍ଧୁ ବେହେରା ଏବଂ ଖଣ୍ଡୁଗାଁ ପଞ୍ଚାୟତ ଗୁଳୁଗୁଳା ଗ୍ରାମର ଉଚ୍ଛବ ନାୟକ ଉଭୟଙ୍କୁ ହୁଇଲି ଚେୟାର ଓ ଟ୍ରାଏ ସାଇକେଲ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ ନୟାଗଡ଼ କର୍ଣ୍ଣଦେବ ସମାଦ୍ଧାର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତଥା ଜନ ସ୍ୱାସ୍ଥ୍ୟ ଅଧିକାରୀ ସୁଶାନ୍ତ କୁମାର ଦାସ, ଏସପି ଏସ ସୁଶ୍ରୀ, ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ, ନୂଆଗାଁ ବିଡ଼ିଓ ଡାକ୍ତର ଅମୃତ କୁମାର ରାଉଳ,ତହସିଲଦାର ହେମନ୍ତ କୁମାର ନାୟକ,ବ୍ଲକ ଅଧ୍ୟକ୍ଷା ଲଷ୍ମୀପ୍ରିୟା ବେହେରା, ବ୍ଲକ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ସଲ ପ୍ରମୁଖ ଯୋଗଦେଇଥିବା ବେଳେ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।