ଦେବଗଡ ଜିଲ୍ଲା ବାରକୋଟ ବ୍ଲକର କଣ୍ଢଳ ଗ୍ରାମରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଯାପିତ ହୋଇଯାଇଛି। ଆଜି ଚଳିତ ବର୍ଷର ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା କଣ୍ଢଳ ଖେଳ ପଡିଆରେ ଉଦଯାପିତ ହୋଇଯାଇଛି। ଏଥିରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଅଶୋକ କିଣ୍ଡୁ ଆର ଓ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିଛା ଅଧିକାରୀ ଡକ୍ତର ବିଜୟ କୁମାର ପାତ୍ରଙ୍କ ତତ୍ଵାବଧାନରେ ଏହି ମେଳା ଉଦଯାପିତ ହୋଇଯାଇଛି। ଏହି ଉତ୍ସବରେ ଆଜିର ସମାନିତ ଅତିଥି, ସ୍ଥାନୀୟ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଓ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଅରୁଣ କୁମାର ସାହୁ ଯୋଗଦାନ କରିଥିଲେ ।