ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କଂଗ୍ରେସ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ

ସୁବର୍ଣ୍ଣପୁର:- ସୁବର୍ଣ୍ଣପୁର ଜିଲ୍ଲା ବିନିକା ସିଦ୍ଧାର୍ଥ କଲେଜ ଛକ ଠାରେ ଭାରତୀୟ ଯୁବ ମୋର୍ଚ୍ଚା ସୁବର୍ଣ୍ଣପୁର ଜିଲ୍ଲା ପକ୍ଷରୁ କଂଗ୍ରେସ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ଜଣେ ଛାତ୍ରୀଙ୍କୁ ବଳାତ୍କାର କରିଥିବା ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ଉଦିତ ପ୍ରଧାନଙ୍କୁ ପୁଲିସ ଗିରଫ କରିଛି । ଉଦିତ ଜଣେ ନିରୀହ ଛାତ୍ରୀଙ୍କୁ ନିଶାଦ୍ରବ୍ୟ ଦେଇ ଗୋଟିଏ ହୋଟେଲରେ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ କଂଗ୍ରେସକୁ ନିନ୍ଦା କରି ମଙ୍ଗଳବାର ଦିନ ସୁବର୍ଣ୍ଣପୁର ବିଜେପି ଯୁବମୋର୍ଚ୍ଚା ତରଫରୁ ବିନିକା ସିଦ୍ଧାର୍ଥ କଲେଜ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିସହ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ରାଜ୍ୟ ସଭାପତି ଭକ୍ତ ଚରଣ ଦାସଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା ।