(ସୈାମ୍ୟ ରଞ୍ଚନ ବିଶ୍ୱାଳ): ଆଗକୁ ଆସୁଛି ୨୦୧୯ ସାଧାରଣ ନିର୍ବାଚନ । ସେଥିପାଇଁ ସମସ୍ତ ଦଳ ପ୍ରସ୍ତୁତ ହୋଇସାରିଲାଣି । ଏହି ନିର୍ବାଚନ ପାଇଁ ଏବେ ରଣନିତି ପ୍ରସ୍ତୁତି କରିବ ବିଜେପି । ସେଥିପାଇଁ ଆଜି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ କାର୍ୟ୍ୟକାରିଣୀ ବୈଠକ ଆରମ୍ଭ ହେଉଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଜାତୀୟ ସ୍ତରୀୟ ପଦାଧିକାରୀ, ରାଜ୍ୟ ସଭାପତି ଓ ସଂଗଠନ ସଚିବଙ୍କ ସହିତ ଆଲୋଚନା କରିବେ । ଏହି ବୈଠକରେ ପାର୍ଟିର ଆଗାମୀ ଦିନ ପାଇଁ କ’ଣ ଏଜେଣ୍ଡା ରହିବ ତାହା ନିଷ୍ପତ୍ତି ହେବ । ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ଭାରତୀୟ ଜନତା ପାର୍ଟିର ମୁଖପାତ୍ର ଶାହନବାଜ ହୁସେନ । ଅଟଲ ବିହାରୀ ବାଜପେୟୀଙ୍କ ପରଲୋକ ପରେ ଏହା ହେଉଛି ରାଷ୍ଟ୍ରୀୟ କାର୍ୟ୍ୟକାରିଣୀର ପ୍ରଥମ ବୈଠକ ବୋଲି ଶହନବାଜ ହୁସେନ ।