ବାଜି ମାରିଲା ବିଜେପି ସମର୍ଥିତ ପ୍ରାର୍ଥୀ

BJP-backed candidates bet

ପୁରୀ: ପିପିଲି ଜସୁଆପୁର ପଞ୍ଚାୟତରେ ବାଜି ମାରିଲା ବିଜେପି ସମର୍ଥିତ ପ୍ରାର୍ଥୀ । ସରପଞ୍ଚଭାବେ ନିର୍ବାଚିତ ହେଲେ ଅକ୍ଷୟ କୁମାର ବେହେରା । ୩୯୮ ଭୋଟ ବ୍ୟବଧାନରେ ବିଜେଡି ସମର୍ଥିତ ପ୍ରାର୍ଥିଙ୍କୁ କଲେ ପରାସ୍ତ । ଏହି ଆସନ ପାଇଁ ୪ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ବିଜେଡି ସମର୍ଥିତ ପାର୍ଥୀ ସନ୍ତୋଷ କୁମାର ମହାନ୍ତିଙ୍କୁ ୩୯୮ ଖଣ୍ଡ ଭୋଟରେ ପରାଜିତ କରିଛନ୍ତି ବିଜେପି ସମର୍ଥିତ ପାର୍ଥୀ ଅକ୍ଷୟ ବେହେରା । ଏନେଇ ବିଧିବଦ୍ଧଭାବେ ପିପିଲି ବିଡିଓ ରଶ୍ମିତା ନାଥ ସୂଚନା ଦେଇଛନ୍ତି । ଏବଂ ଗତ ଭୋଟ ଗଣତିକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟବସ୍ତା କରାଯାଇଥିବା ମଧ୍ୟ କହିଛନ୍ତି ।