ଆଜି ବିଜେଡି ପକ୍ଷରୁ ଓଡ଼ିଶାର ଅସ୍ମିତା ଉପରେ ପୋଲାଭରମ ପ୍ରକଳ୍ପ ଯେଉଁ ଆଘାତ ଦେଇଛି, ଆଦିବାସୀ ବିସ୍ଥାପିତ ହେବେ | ବର୍ଷା ଦିନ ଆସିବ ବୋଲି କାମ ଜୋରସୋରରେ ଚାଲିଲାଣି |ଓଡ଼ିଶା ସରକାର ଏ ନେଇ କଥା ହେବାକୁ କହିଥିଲେ | ହେଲେ ଏ ଯାଏଁ ଆଲୋଚନା କଲେନି | ମୂଲତବି ପ୍ରସ୍ତାବ ଗ୍ରହଣ ନ କରି କହିଲେ ମାମଲା ବିଚରାଧୀନ ଅଛି | କି ବିଚାରଧୀନ ଯେଉଁଠି କେନ୍ଦ୍ର ସରକାର 16 ହଜାର କୋଟି ଦେଲେ ଓ କାମ ଜୋରସୋରରେ ଚାଲିଛି | ରାଜ୍ୟ ସରକାରଙ୍କ ସାହସ ନାହଁ ଦିଲ୍ଲୀରେ ସାଂସଦ ଦାବି ରଖି ପାରୁ ନାହାନ୍ତି | ଦୁର୍ବଳ ସରକାର | ଆନ୍ଧ୍ର ପିଟି ଚାଲିଛି ଓ ଉଚ୍ଚତା ବଢ଼ାଇ ଚାଲିଛି | ଇଞ୍ଚେ ମାଟି ଦେବୁନି କହୁଛନ୍ତି | ହେଲେ ଭୁଆଁ ବୁଲାଉଛନ୍ତି ବିଚରାଧୀନ କହି |ରାଜ୍ୟବାସୀଙ୍କୁ ବିଭ୍ରାନ୍ତି କରୁଛନ୍ତି କାରଣ ଅସଲ ମୁଖା ଖୋଲିଯିବ | ଓଡ଼ିଆ ଅସ୍ମିତା କହି ଶାସନକୁ ଆସିଥିବା ସରକାରଙ୍କ କେନ୍ଦ୍ର, ଓଡ଼ିଶା ଓ ଆନ୍ଧ୍ରରେ ସମାନ ସରକାର | ଓଡ଼ିଶା ରାଜ୍ୟପାଳ ବି ଆନ୍ଧ୍ରର | ହେଲେ ପଦକ୍ଷେପ ନେବାକୁ ସାହସ ନାହିଁ ସରକାରଙ୍କ | ପୋଲାଭରାଲମ୍ୱ ନେଇ କଣ ଆଲୋଚନା ହେଉନି ଜିରୋ hour, ଖର୍ଚ୍ଚ ଦାବିରେ | ଆଲୋଚନା ନ କରିବାକୁ ଆମେ ନିନ୍ଦା କରୁଛୁ | ଓଡ଼ିଶାର ସ୍ୱାର୍ଥ ପାଇଁ ଆଲୋଚନା ହେବା ଦରକାର |ଘରେ ନିଆଁ ଲାଗିବା ବେଳେ କଣ ନିଆଁ ନ ଲିଭାଇ କହିବା ବଚରାଧୀନ ଅଛି, ନିଆଁ ଲିଭାଇବା ନାହିଁ | ଓଡ଼ିଆ ଅସ୍ମିତା ବିପଦଗ୍ରସ୍ତ ମାଲକାନଗିରିରେ. ସାହସ ଅଛି ତ ଆଲୋଚନା କର. ପ୍ରକଳ୍ପ ବୃଦ୍ଧି ମୋଦି ସରକାର ସମୟରେ ହୋଇଛି. ଯାହା ଅଧା ମାଲକାନଗିରିକୁ ବୁଡ଼ାଇବ. ଚନ୍ଦ୍ରବାବୁ ନାଇଡୁ ହାତ ଛାଡିଲେ ସରକାର ଗଡ଼ିଯିବ. ଓଡ଼ିଶା ପଛେ ବୁଡି ଯାଉ. କୁଆଡେ ଗଲେ 20 ସାଂସଦ. ଯଦି ମାମଲା ବିଚରାଧୀନ, ବିଜେପି କେହି କାଉଣ୍ଟର ବାଇଟ ଦେବେନି ତ? ମୁଁ କହିଛି ମୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ କି? ଆକ୍ସନ ନେବେ ନା ନାହିଁ? ଡବଲ ଇଂଜିନ ଡବଲ ଧୋକା, ଦୋମୁହାଁ କଥା |