କାମାକ୍ଷାନଗର ନୁଆଁ ମହୁଲି ଠାରେ ବିଜେଡିର ମିଶ୍ରଣ ପର୍ବ

(ସର୍ବେଶ୍ୱର ପାତ୍ର / କାମାକ୍ଷାନଗର ) : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କୁସୁମ ଯୋଡି ଗ୍ରାମପଂଚାୟତ ନୁଆଁ ମହୁଲି ଠାରେ ବିଜେଡ଼ିର ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ବିଭିନ୍ନ ଦଳରୁ ୫୦୦ କର୍ମୀ ଙ୍କ ବିଜେଡ଼ି ରେ ଯୋଗଦେଇଛନ୍ତି।ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ବିଧାୟକ ତଥା ଓଡିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡ଼ାକ୍ତର ନୃସିଂହ ଚରଣ ସାହୁ ଙ୍କ କାର୍ୟ୍ୟଶୈଳୀ ରେ ଅନୁପ୍ରାଣିତ୍ ହୋଇ ପୂର୍ବତନ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ତଥା କଂଗ୍ରେସ ନେତା ବିଶ୍ଵତ୍ଵସ୍ ସାହୁ ନିଜର ଶତାଧିକ କର୍ମୀଙ୍କ ସହିତ ଯୋଗଦେଇଛନ୍ତି । ମିଶ୍ରଣ ପର୍ବରେ କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ପୁର୍ତ୍ତ ବିଭାଗ ମନ୍ତ୍ରୀ ଓ ପରଜଙ୍ଗ ବିଧାୟକ ତଥା ବାଣିଜ୍ୟ ପରିବହନ ମନ୍ତ୍ରୀ ଙ୍କ ଉପସ୍ଥିତ ରେ ଏଠାରେ ଅନ୍ୟ ମାନଙ୍କ ମଧ୍ୟରେ ବିଜେଡିର ମିସିଥିଲେ ପୂର୍ବତନ ସରପଞ୍ଚ ବାଟଗାଁ ପବିତ୍ର ବରାଳ, କବିତା ନାୟକ ସରପଞ୍ଚ ଅଁଳା ବେରେଣି , ନାଏବ ସରପଞ୍ଚ କନ୍ତିଓ ପୁତସାହି ହଟ କିଶୋର ସାହୁ, ନିରଞ୍ଜନ ପାଣି ପୂର୍ବତନ ସରପଞ୍ଚ,ପୂର୍ବତନ ସରପଞ୍ଚ ଉତ୍ସବାନନ୍ଦ ନାୟକ,ପ୍ରଫୁଲ୍ଲ କୁମାର ବେହେରା,ପଞ୍ଚାନନ ଦେହୁରୀ,ଅନ୍ତର୍ୟ୍ୟାମୀ ସାହୁ, ବିଷ୍ଣୁ ପ୍ରସାଦ ସାହୁ, ସରତ ଚନ୍ଦ୍ର ନାୟକ,ବିନୋଦ ନାୟକ, ଅଭୟ ସାହୁ, ନିରାଜ୍ ପାଣି, ସୁଶାନ୍ତ ସାହୁ,ବରୁଣ ସାହୁରେ ବିଜେଡ଼ି ରେ ଯୋଗଦାନ କଲେ । ଢେଙ୍କାନାଳ ଜିଲ୍ଲା ବିଜେଡ଼ି ସଭାପତି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସେମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ କଲେ ।ଏଠାରେ ବାରୁଆ କା ସମିତି ସଭ୍ୟ ଦୀପକ ମ।ହୁନ୍ତ,ବଟକୃଷ୍ଣ ସାହୁ,ବିଷ୍ଣୁଚରଣ ପାଣି ପ୍ରମୋଖ ମଞ୍ଚରେ ଥିଲେ ।ପରେ ପରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀ କାମାକ୍ଷାନଗର ବ୍ଲକ ର ୩ଟି ପଂଚାୟତ କଣ୍ଟିଓକାଟେଣି, ତୁମସିଙ୍ଗା, କଣ୍ଟାପାଳ ଗ୍ରାମପଞ୍ଚାୟତ ରେ ଆଜି ବିଜେଡି ବିଧାୟକ ପ୍ରାର୍ଥୀ ନୃସିଂହ ଚରଣ ସାହୁ ନିଜର ମାରାଥନ ପ୍ରଚାର କରିଥିଲେ ।ନବୀନ ସରକାରଙ୍କ ର ଲୋକାଭିମୁଖୀ କାର୍ୟ୍ୟକୁ ନେଇ ଭୋଟ ଭିକ୍ଷା କରିଥିଲେ ।ତାଙ୍କ ସହିତ ବିଶ୍ଵତୋଷ ସାହୁ,ନିରାକାର ପ୍ରଧାନ, ଅଶୋକ କୁମାର ବେହେରା,ଭ୍ରମରବର ସ।ସମଲ,ପ୍ରଶାନ୍ତ ସାହୁ ,ବିନୟ ସାହୁ,ସୁଜିତ ନାୟକ, ଶିଶିର କୁମାର ସାହୁ,ପ୍ରଦୁମନ କୁମାର ସାହୁ ସମେତ ଅଂଚଳରୁ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ ।