ଅନ୍ତର୍ଜାତୀୟ ମାନବଧିକାର ପରିଷଦ ପକ୍ଷରୁ ବାଇକ ଶୋଭାଯାତ୍ରା

ପୁରୀ/ଜୟନ୍ତ କୁମାର ସେଠୀ: ଅନ୍ତର୍ଜାତୀୟ ମାନବଧିକାର ପରିଷଦ ପକ୍ଷରୁ ବାଇକ ଶୋଭାଯାତ୍ରା କରି ସଚେତନତା ସୃଷ୍ଟି । ଭୁବନେଶ୍ୱରରୁ ଆରମ୍ଭ ହୋଇଥିବା ଏହି ବାଇକ ଶୋଭାଯାତ୍ରା ପିପିଲି ସାକ୍ଷୀଗୋପାଲ ମାଳତୀ ପାଟ ପୁର ଦେଇ କୋଣାର୍କରେ ପହଞ୍ଚିବା ପରେ କୋଣାର୍କ ସୂର୍ଯ୍ୟ  ମନ୍ଦିର ସମ୍ମୁଖରେ ଏମାନଙ୍କୁ କୋଣାର୍କ ର ବିଭିନ୍ନ ସଙ୍ଗଠନ ପକ୍ଷରୁ ସ୍ଵାଗତ କରାଯାଇଥିଲା । ଏହାପରେ ବାଇକ ଶୋଭାଯାତ୍ରା ପୁରୀ ଅଭିମୁଖେ ବାହାରି ପୁରୀ ତୋଷାଳି ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପରିଷଦର ସଦସ୍ୟ ମାନଙ୍କ ସମେତ ମାନବଧିକାର କର୍ମୀ ମାନେ ଉପସ୍ଥିତ ରହି ମାନବଧିକାରର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା ବେଳେ ମାନବଧିକାର କ୍ଷେତ୍ରରେ କାର୍ୟ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।