ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ହୋଇପାରେ ବଡ଼ ଘୋଷଣା: ସପ୍ତାହକୁ ୫ ଦିନ କାମ, ୨ଦିନ ଛୁଟି

ରିପୋଟର୍ସ ଟୁଡେ ବ୍ୟୁରୋ:  ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ୫ ଦିନ କାମ ଓ ୨ ଦିନ ସାପ୍ତାହିକ ଛୁଟି ବାବଦରେ ଆଗାମୀ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ଏମ୍ପ୍ଲଇଜ ପକ୍ଷରୁ କୁହାଯାଇଥିିଲା । ଆଜି ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇପାରେ ବୋଲି ସୂଚନା ରହିଛି ।

ବ୍ୟାଙ୍କ କର୍ମଚାରୀଙ୍କୁ ଆଶ୍ୱସ୍ତ କରିବାକୁ ପ୍ରସ୍ତୁତି ଚାଲିଛି । ଏନେଇ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି । ଯେଉଁଥିରେ ସପ୍ତାହକୁ ୨ ଦିନ ଛୁଟି ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇପାରେ । ଅନ୍ୟ ଅର୍ଥରେ ଆଗକୁ ବ୍ୟାଙ୍କଞ୍ଚକର୍ମଚାରୀଙ୍କୁ ମାତ୍ର ୫ ଦିନ କାମ କରିବାକୁ ପଡିବ । ଅନ୍ୟପଟେ ୨ ଦିନ ୱିକଲି ଅଫ୍ ବଦଳରେ ବ୍ୟାଙ୍କ କର୍ମଚାରୀଙ୍କ ପ୍ରତିଦିନ କାମ କରିବାର ସମୟରେ ମଧ୍ୟ ବୃଦ୍ଧି ହେବାର ଆଶଙ୍କା ରହିଛି। ଯେହେତୁ ଦୁଇ ଦିନ ଛୁଟି ମିଳିବ ତାହାର ଭରଣା କରିବାକୁ ପ୍ରତିଦିନ ଅଧିକ ୪୦ ମିନିଟ କାମ କରିବାକୁ ପଡିପାରେ । ବ୍ୟାଙ୍କର କାମ କରିବାର ସମୟ ୯ଟା ୪୫ରୁ ୫ଟା ୩୦ ଯାଏଁ ହୋଇପାରେ ବୋଲି ସୂଚନା ରହିଛି ।