ପୁରୀ / ସଞ୍ଜୟ ମହାପାତ୍ର : ପୁରୀ ସହରରେ ଗୋଷାଣୀ ଜାତ କୁ ନେଇ ଉତ୍ସବ ମୁଖର ଶ୍ରୀକ୍ଷେତ୍ର। ଶାରଦୀୟ ଦୁର୍ଗାପୂଜାରେ ପୁଜା ପାଇଥିବା ଗୋଷାଣୀ ମୂର୍ତ୍ତିଙ୍କ ସହ ନାଗା ମୂର୍ତ୍ତି ଗୁଡ଼ିକର ଭଷାଣ ଉତ୍ସବ ବିଳମ୍ବିତ ରାତ୍ରରେ ଅନୁଷ୍ଠିତ ହୋଇଛି। ବିଭିନ୍ନ ସାହୀରେ ପୁଜା ପାଉଥିବା ମୂର୍ତ୍ତି ଗୁଡିକୁ ଅପରାହ୍ନରେ ସାହୀ ପରିକ୍ରମା କରାଯିବା ପରେ ଶ୍ରୀ ମନ୍ଦିର ସିଂହ ଦ୍ଵାର ସମ୍ମୁଖ କୁ ଅଣାଯାଇଥିଲା। ପରମ୍ପରା ଅନୁଯାୟୀ ଦେବୀ ସଭା ରେ ସବୁ ମୂର୍ତ୍ତି ଏକତ୍ରିତ କରାଯାଇଛି। ଏକାଦଶୀ ତିଥିରେ ଶ୍ରୀ ମନ୍ଦିର ରେ ମହାପ୍ରଭୁଙ୍କ ଏକାଦଶୀ ମହାଦୀପ ଉଠିବା ପରେ ଦେବୀ ସଭା ରୁ ସବୁ ଗୋଷାଣୀ ଓ ନାଗା ମୂର୍ତ୍ତି ଗୁଡ଼ିକୁ ଭଷାଣ ପାଇଁ ପୁଷ୍କରିଣୀକୁ ନିଆଯାଇଥିଲା। ତେବେ ଏହି ଗୋଷାଣୀ ଯାତ୍ରା ଦେଖିବାକୁ ଲୋକାରଣ୍ୟ ହୋଇ ପଡିଥିଲା ବଡ ଦାଣ୍ଡ। ହଜାର ହଜାର ଭକ୍ତ, ଜଗନ୍ନାଥ ପ୍ରେମୀ ଙ୍କ ସହ ପୁରୀ ବାସିନ୍ଦା ଆସି ଦେବ ସଭା ରେ ମେଲାଣି ନେଉଥିବା ମାଙ୍କ ଦର୍ଶନ କରିଛନ୍ତି। ତେବେ ଗୋଷାଣୀ ଯାତ୍ରା ର ଭଷାଣ ଉତ୍ସବ କୁ ଶାନ୍ତି ଶୃଙ୍ଖଳାରେ ଶେଷ କରିବା ପାଇଁ ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଚି। କୌଣସି ଅପ୍ରିତୀକର ପରିସ୍ଥିତି ଯେପରି ନ ଉପୁଜେ ସେଥି ପାଇଁ ବଡ ଦାଣ୍ଡ ସମେତ ପୁରୀ ସହର ସହର ସୁରକ୍ଷା ବ୍ୟବସ୍ଥା କୁ କଡ଼ା କଡି କରାଯିବା ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଟ୍ରାଫିକ ବ୍ୟବସ୍ଥା ଶୃଙ୍ଖଳିତ ପାଇଁ ଟ୍ରାଫିକ କଟକଣା ସହ ବରିଷ୍ଠ ପୋଲିସ ଅଧିକାରୀ ଙ୍କୁ ମୁତୟନ କରାଯାଇଥିଲା।