ହିଞ୍ଜିଳି କାଟୁ(ରଜନୀକାନ୍ତ ପାତ୍ର):ମାତ୍ର ୨୪ ଘଣ୍ଟା ଭିତରେ ମସିହାଖାଲ ଘଟଣାରେ ମାରଣାସ୍ତ୍ର ସହ ପାଞ୍ଚ ଅଭିଯୁକ୍ତ କୁ ଗିରଫ କରିବାରେ ସଫଳ ହୋଇଛି ବ୍ରହ୍ମପୁର ପୋଲିସ । ଗତ ଜୁନ୭ ରେ ବ୍ରହ୍ମପୁର୍ ସଦର ଥାନା କେଶ ନମ୍ବର ୨୩୬/୨୨ ରେ ଏକ ମାମଲା ରୁଜୁକରି ଅନୁସନ୍ଧାନ ଆରମ୍ଭ କରିଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ ବ୍ରହ୍ମପୁର୍ ସଦର୍ ର ବଡ଼ ସାହି ଅନ୍ତର୍ଗତ କୃଷ୍ନଚନ୍ଦ୍ର ପୁର୍ ର ବାସିନ୍ଦା ଜି.ପ୍ରକାଶ, , ଜି. ପ୍ରଦୀପ, ମନୋଜ ସାହୁ, କେ. ଭଗବାନ ହେମନ୍ତ କୁମାର ସେଠୀଙ୍କୁ ମାରଣାସ୍ତ୍ର ଦ୍ଵାରା ମାରଣାତ୍ମକ ଆକ୍ରମଣ କରିଛନ୍ତି । ଚଳିତ ମାସ ୬ ତାରିଖରେ ଅନୁଷ୍ଠିତ ହୋଇଥିବା ଶୀତଳ ଷଷ୍ଠୀ ଯାତ୍ରା ର ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରିତ ହୋଇନଥିବା ପୂର୍ବତନ ସରପଞ୍ଚ ତଥା ଅଭିଯୋଗ କାରୀଙ୍କ ଆତ୍ମ ସମ୍ମାନରେ ବାଧା ଦେଇଥିଲା, ଏହାକୁ ନେଇ ଉଭୟ ଦଳ ମଧ୍ୟରେ ହୋଇଥିବା ବଚସା ପରେ ଆକ୍ରମଣ କରିଥିଲେ । ଆକ୍ରମଣର ଶିକାର ହୋଇଥିବା ହେମନ୍ତ କୁମାର ସେଠୀଙ୍କୁ ଗୁରୁତର ଭ।ବେ ବିଶାଖାପାଟଣାର ସେଭେନ ହିଲ୍ସ ହସ୍ପିଟାଲକୁ ପଠାଯାଇଛି ।ପୋଲିସ ତଦନ୍ତ କାର୍ଯ୍ୟ ଆରମ୍ଭ କରି ପାଞ୍ଚ ଅଭିଯୁକ୍ତ ମାନଙ୍କୁ କାବୁ କରିବାରେ ସଫଳ ହୋଇ କୋର୍ଟ ଚାଲାଣ କରିଥିବା ପୋଲିସ ସୂତ୍ର ରୁ ଖବର ମିଳିଛି ।