ଭବାନୀପାଟଣା ଜେଲ୍‌ରୁ ବାହାରିଲେ IAS ଧୀମାନ ଚକ୍‌ମା

ଭବାନୀପାଟଣା: ଭବାନୀପାଟଣା ଜେଲ୍‌ରୁ ବାହାରିଲେ IAS ଧୀମାନ ଚକ୍‌ମା । ୪୦ ଦିନ ପରେ ଜେଲ୍‌ରୁ ବାହାରିଲେ ଧୀମାନ ଚକ୍‌ମା । କ୍ରସର୍ ମାଲିକଙ୍କଠାରୁ ୧୦ ଲକ୍ଷ ଲାଞ୍ଚ ନେଇ ଗିରଫ ହୋଇଥିଲେ IAS ଧୀମାନ ଚକମା । ତେବେ ସର୍ତମୂଳକ ଜାମିନ୍‌ରେ ଧୀମାନ ଚକ୍‌ମା ଜେଲରୁ ବାହାରିଛନ୍ତି ।

ସୂଚନା ଅନୁସାରେ, ଜୟପାଟଣା ଅଞ୍ଚଳର ଜଣେ କ୍ରସର ମାଲିକଙ୍କୁ ଭୟଭୀତ କରାଇ ଉପଜିଲ୍ଲାପାଳ ଧୀମାନ ଚକ୍‌ମା ୨୦ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଏହାପରେ ଧର୍ମଗଡ଼ସ୍ଥିତ ସରକାରୀ ବାସଭବନକୁ ଡାକି ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିଲେ। ହେଲେ ଏହି ସମୟରେରେ ପୂର୍ବ ଯୋଜନା ଅନୁଯାୟୀ, ଭିଜିଲାନ୍ସ ଟିମ୍‌ ଚଢ଼ାଉ କରି ୨୬ଟି ଶହେ ଟଙ୍କିଆ ବଣ୍ଡଲ ଜବତ କରିଥିଲେ। ଏହା ସହ ଉପଜିଲ୍ଲାପାଳଙ୍କ ସରକାରୀ ବାସଭବନ ଯାଞ୍ଚ କରିଥିଲା ଭିଜିଲାନ୍ସ। ଚଢ଼ାଉବେଳେ ଆହୁରି ୪୭ଲକ୍ଷ ଟଙ୍କା ନଗଦ ଜବତ କରିବା ସହ ଧୀମାନଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ଗିରଫ ହେବା ପରେ ତାଙ୍କୁ ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ହେଲେ ସେଠାରେ ତାଙ୍କୁ ବେଲ୍‌ ମିଳିନଥିଲା। ଯାହାପରେ ତାଙ୍କୁ ଭବାନୀପାଟଣା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ଏବେ ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିବା ପରେ ଜେଲରୁ ବାହାରିଛନ୍ତି IAS ଧିମାନ ଚକ୍‌ମା ।