ଭୁବନେଶ୍ୱର– ବର୍ଷାରେ ବେହାଲ ରାଜଧାନୀବାସୀ ।ଭୁବନେଶ୍ୱର ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣିର ସୁଅ ଛୁଟୁଛି ।ବର୍ଷା ପାଣି ଜମିବାରୁ ଅନେକ ସ୍ଥାନ ଜଳାର୍ଣ୍ଣବ ହୋଇଛି ।ପ୍ରାୟ ୧ ଘଣ୍ଟା ଧରି ବର୍ଷା ଲାଗି ରହିଛି ।ପ୍ରବଳ ବର୍ଷା ଯୋଗୁଁ ଯାତାୟତ ପ୍ରଭାବିତ ହୋଇଛି । ବିଭିନ୍ନ ସ୍ଥାନରେ ଗାଡି ମଟର ଅଟକି ରହିଛି ।ବର୍ଷା ଯୋଗୁଁ ୬ ଫୁଟ ଉଚ୍ଚର ପାଣି ଚାଲୁଥିଲା ଦେଖିବାକୁ ମିଳିଛି ।ବର୍ଷାରେ ରାଜଧାନୀରେ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କାର ମଧ୍ୟ ବୁଡିଯାଇଥିବା ସାମ୍ନାକୁ ଆସିଛି ।ବିଶେଷ କରି ଇସ୍କନ ମନ୍ଦିର,ବାଣୀବିହାର, ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ଲକ୍ଷ୍ମୀସାଗର, ବମିଖାଲ, ପ୍ରମୁଖ ଅଞ୍ଚଳରେ ରାସ୍ତା ବୁଡିଯିବାର ସାମ୍ନକୁ ଆସିଛି ।