ୟୋ-ୟୋ ଟେଷ୍ଟ ସ୍କୋର କରିବା ବିରାଟଙ୍କୁ ପଢିଲା ମହଙ୍ଗା

0

ବିରାଟଙ୍କ ଉପରେ ନାରାଜ ହେଲେ ବିସିସିଆଇ । ତକ କାଲି ବିରାଟ ୟୋ ୟୋ ଟେଷ୍ଟ ସ୍କୋରକୁ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ବିରାଟଙ୍କ ଏଭଳି କରିବା ଦ୍ୱାରା ବିସିସିଆଇ ପସନ୍ଦ କରିନାହାଁନ୍ତି । ବିସିସିଆଇ କଣ୍ଟ୍ରାକ୍ଟ ଅନୁସାରେ ଟିମରେ କୌଣସି ଖେଳାଳି ୟୋ-ୟୋ ଟେଷ୍ଟ ସ୍କୋରକୁ ସର୍ବଜନିକ କରିପାରିବେ ନାହିଁ । ଏମିତି କରିବା ବିସିସିଆଇ କଣ୍ଟ୍ରାକ୍ଟ ଅନୁଯାଇ ନୀୟମ ଉଲ୍ଲଘଂନ । ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ବିରାଟ ଫ୍ୟାନ୍ସ ସହିତ ୟୋ-ୟୋ ଟେଷ୍ଟ ସ୍କୋରକୁ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ବିରାଟ କୋହଲି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ଲେଖିଥିଲେ, ଯେଉଁଥିରେ ଲେଖିଛନ୍ତି, ୟୋ-ୟୋ ଟେଷ୍ଟ ଶେଷ କରିବାର ଖୁସି । ୧୭.୨ ଡନ୍ ।

ବିରାଟଙ୍କ ଏଭଳି ହରକତରେ ନିରାଶ ହୋଇଛି ବିସିସିଆଇ । ବିସିସିଆଇ କହିଛି, ସୋସିଆଲ ମିଡିଆ ପ୍ଲାଟଫର୍ମରେ କୌଣସି ଖେଳାଳି କିଛି ବି ଗୋପନୀୟ ମାମଲା ପୋଷ୍ଟ ନ କରିବାକୁ ପୂର୍ବରୁ କୁହାଯାଇଛି । ଅଭ୍ୟାସ ସମୟରେ ଫଟୋ ପୋଷ୍ଟ କରିପାରିବେ । କିନ୍ତୁ ନିୟମାନୁସାରେ ଯାହା ମନା କରାଯାଇଛି, ତାହା କରିପାରିବେ ନାହିଁ । ଏଭଳି କରିବା ନିୟମର ଉଲ୍ଲଙ୍ଘନ ।