୨୦୨୪-୨୫ ଆର୍ଥିକ ବର୍ଷରେ ବ୍ୟାଙ୍କ ଠକେଇର ପରିମାଣ ତିନି ଗୁଣ ବୃଦ୍ଧି ପାଇଛି

ନୂଆଦିଲ୍ଲୀ-: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହାର ବାର୍ଷିକ ରିପୋର୍ଟରେ ଜଣାଇଛି ଯେ, ୨୦୨୪-୨୫ ଆର୍ଥିକ ବର୍ଷରେ ବ୍ୟାଙ୍କ ଠକେଇର ପରିମାଣ ତିନି ଗୁଣ ବୃଦ୍ଧି ପାଇଛି । ଠକେଇର ପରିମାଣ ପ୍ରାୟ ୩୬,୦୧୪ କୋଟି ଟଙ୍କା ହୋଇଛି । ଆରବିଆଇ ଅନୁଯାୟୀ, ଏହି ବୃଦ୍ଧିର ମୁଖ୍ୟ କାରଣ ହେଉଛି ୧୨୨ଟି ପୂର୍ବ ଆର୍ଥିକ ବର୍ଷର ଠକେଇ ଘଟଣା, ଯାହା ୧୮,୬୭୪ କୋଟି ଟଙ୍କା ସହିତ ଜଡ଼ିତ, ଯେଉଁଗୁଡ଼ିକୁ ୨୦୨୩ ମାର୍ଚ୍ଚ ୨୭ ତାରିଖରେ ସୁପ୍ରିମ କୋର୍ଟର ରାୟ ଅନୁଯାୟୀ ପୁନଃପରୀକ୍ଷା ପରେ ୨୦୨୪-୨୫ରେ ନୂଆ ଭାବେ ରିପୋର୍ଟ କରାଯାଇଛି ।

ଗତ ବର୍ଷ ବେସରକାରୀ ବ୍ୟାଙ୍କଗୁଡ଼ିକ ୧୪,୨୩୩ ଟି ଠକେଇ ଘଟଣା ରିପୋର୍ଟ କରିଥିବାବେଳେ ଏହି ବର୍ଷ ୧୦,୦୮୮ କୋଟି ଟଙ୍କାର ଠକେଇ ରିପୋର୍ଟ କରିଛନ୍ତି । ସେହିପରି ସରକାରୀ ବ୍ୟାଙ୍କଗୁଡ଼ିକ ୯,୨୫୪ କୋଟି ଟଙ୍କା କରିଥିବାବେଳେ ଏହି ବର୍ଷ ୨୫,୬୬୭ କୋଟି ଟଙ୍କାର ଠକେଇ ରିପୋର୍ଟ କରିଛନ୍ତି ।

ରିପୋର୍ଟ ଅନୁଯାୟୀ ଘଟଣାର ୫୬.୫% କାର୍ଡ ଓ ଇଣ୍ଟରନେଟ ସମ୍ବନ୍ଧୀୟ ଠକେଇ, ଯାହାର ମୂଲ୍ୟ ୫୨୦ କୋଟି ଟଙ୍କା  ହୋଇ ଥିବାବେଳେ ଏହା ବେସରକାରୀ ବ୍ୟାଙ୍କଗୁଡ଼ିକରେ ଅଧିକ ଦେଖାଯାଇଛି । ସେହିପରି ସରକାରୀ ବ୍ୟାଙ୍କଗୁଡ଼ିକରେ ଠକେଇର ମୂଲ୍ୟ ଅଧିକାଂଶ ଋଣ ସମ୍ବନ୍ଧୀୟ ହୋଇଛି, ଯାହା ମୂଲ୍ୟର ପ୍ରାୟ ୭୧% ଅଟେ ।