(ମମତା ସାମଲ)ରିପୋର୍ଟସଟୁଡେ: ପୁରୀରେ ଆଧ୍ୟାତ୍ମକ ପରିବେଶକୁ ବଜାଇ ରଖିବା ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ପ୍ରଶାସନ ପକ୍ଷରୁ ବଡଦାଣ୍ଡ ମହୋତ୍ସବ ପାଳିତ ହୋଇଛି । ଓଡିଶୀ ନୃତ୍ୟ ସହିତ ଯୋଗ,ଝୋଟି,ଦାସକାଠିଆ ଆଦି ପ୍ରତିଯୋଗିତା ହୋଇଛି । ଏଥରୁ ମଜା ଉଠାଇଛନ୍ତି ପର୍ଯ୍ୟଟକଙ୍କ ସମେତ ସ୍ଥାନୀୟ ଲୋକେ । ମହାପ୍ରଭୁଙ୍କ ନୀଳାନ୍ଦ୍ରି ବିଜେ ପରଠୁ ଜିଲ୍ଲା ପ୍ରଶାସନ ଏହି ଉତ୍ସବର ଆରମ୍ଭ ହୋଇଛି । ଏହି ପର୍ବର ଉଦ୍ଦେଶ୍ୟ ବଡଦାଣ୍ଡରେ ଏକ ଆଧ୍ୟାତ୍ମକ ପରିବେଶ ସୃଷ୍ଟି କରିବା । ଦୂର ଦୂରାନ୍ତରୁ ଯେଉଁ ପର୍ଯ୍ୟଟକ ଆସୁଛନ୍ତି ସେମାନେ ଓଡିଶାର ପରମ୍ପରାକୁ ଜାଣିବେ । ଏଥିଲାଗି ପ୍ରତି ରବିବାର ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଛୋଟି, ଚିତା, ନୃତ୍ୟ ସଙ୍ଗୀତର ଆୟୋଜନ କରାଯାଉଛି। ପ୍ରଥମ ବଡ଼ଦାଣ୍ଡ ମହୋତ୍ସବ ଜୁଲାଇ ୨୧ ତାରିଖ ରବିବାର ଅନୁଷ୍ଠିତ ହୋଇଥିଲା। ଏଥିରେ ମଧ୍ୟ ଝୋଟି ଆଙ୍କିବା ସହ ଓଡ଼ିଶୀ, ଗୋଟିପୁଅ ନୃତ୍ୟରେ ପରିବେଷଣ ହୋଇଥିଲା।