ଦେଶରେ ବଢିଲାଣି ବି.ଏଫ ୭ ସଂକ୍ରମଣ କାମ କରୁଛି କି ଟୀକା !

ଭାରତ : ସାମ୍ନାକୁ ଆସିଥିବା କୋଭିଡର ନୂଆ ସଂକ୍ରମଣ ବି.ଏଫ୭ ଏବେ ବଢିବାରେ ଲାଗିଛି । ଦେଶରେ ପ୍ରଥମ ସପ୍ତାହରେ ସଂକ୍ରମଣର ମାତ୍ରା ସଂଖ୍ୟାଧିକ ଥିବା ବେଳେ ଏବେ ଦ୍ୱିତୀୟ ସପ୍ତାହର ସଂକ୍ରମଣ ସ୍ଥିତି ୨୫% ବୃଦ୍ଧି ପାଇଛି । ଗତ ସପ୍ତାହର ରବିବାରକୁ ନଜରରେ ରଖିଲେ ଦ୍ୱିତୀୟ ସପ୍ତାହରେ ସଂକ୍ରମଣ ୨୫% ତଥା ୧୫୨୬ ଜଣ ପ୍ରଭାବିତ ହୋଇଛନ୍ତି । ଯାହା ଗତ ସପ୍ତାହରୁ ୧୨୧୯ ଜଣ ଅଧିକ ।
ତେବେ ବଢୁଥିବା ସଂକ୍ରମଣକୁ ନେଇ ଏବେ ଚିନ୍ତାରେ ସାଧାରଣ ଲୋକ । ନେଇଥିବା କୋଭିଡ ଟୀକା ଏହି ନୂଆ ବି.ଏଫ ୭ ସଂକ୍ରମଣରେ କାମ କରିବ କି ନା ସେ ନେଇ ଏବେ ସାଧାରଣ ମହଲରେ ପ୍ରଶ୍ନ ଉଠିଛି । ଏହି ବି.ଏଫ ୭ ସଂକ୍ରମଣ କେତେ ମାତ୍ରାରେ ପ୍ରଭାବ ପକାଇବ ସେ ନେଇ କୌଣସି ସଠିକ ସୂଚନା ମିଳିନି ।
ତେବେ କେବଳ ସମସ୍ତ ଟୀକା ଏହି ବି.ଏଫ ୭ ସଂକ୍ରମଣକୁ ରୋକିପାରିବ ନାହିଁ । ଏହା ସହ ସ୍ୱଚ୍ଛତା, ସାମାଜିକ ଦୂରତା, ମାକ୍ସ ଓ ନିୟମିତ ଖାଦ୍ୟ ନିହାତି ଆବଶ୍ୟକ । ଯାହା ସଂକ୍ରମଣକୁ କିଛି ମାତ୍ରାରେ କମ କରି ପାରିବ ।