୭ମ ଥର ପାଇଁ ଚାମ୍ପିଅନ୍ ଅଷ୍ଟ୍ରେଲିଆ, ଲର୍ଡସରେ ଭାଙ୍ଗିଲା ଇଂଲଣ୍ଡର ସ୍ୱପ୍ନ

ମହିଳା T୨୦ ବିଶ୍ୱକପ୍ ୨୦୨୬ରେ ପୁଣି ଥରେ ବିଶ୍ୱ କ୍ରିକେଟରେ ନିଜର ଦବଦବା ପ୍ରମାଣ କରିଛି ଅଷ୍ଟ୍ରେଲିଆ। ନୂଆ ଅଧିନାୟିକା ସୋଫି ମୋଲିନୋଙ୍କ ନେତୃତ୍ୱରେ ଦଳ ଫାଇନାଲରେ ଇଂଲଣ୍ଡକୁ ୭ ୱିକେଟରେ ପରାସ୍ତ କରି ରେକର୍ଡ ୭ମ ଥର ପାଇଁ ICC ମହିଳା T20 ବିଶ୍ୱକପ୍ ଟ୍ରଫି ଜିତିଛି।

ମହିଳା T20 ବିଶ୍ୱକପ୍ ଫାଇନାଲ୍: ଅଷ୍ଟ୍ରେଲିଆ ୭ମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ହେଲା, ଇଂଲଣ୍ଡର ଦୁର୍ଗ ଭାଙ୍ଗି ଟାଇଟଲ୍ ଜିତିଲା।

ଲଣ୍ଡନର ଐତିହାସିକ ଲର୍ଡସ୍ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ କରିଥିଲା। ଦଳର ଶୃଙ୍ଖଳିତ ବୋଲିଂ ଆଗରେ ଇଂଲଣ୍ଡ ୨୦ ଓଭରରେ ୪ ୱିକେଟ୍ ହରାଇ ୧୫୦ ରନ କରିଥିଲା। ଇଂଲଣ୍ଡ ପକ୍ଷରୁ ଅଧିନାୟିକା ନାଟ୍ ସାଇଭର-ବ୍ରଣ୍ଟ ୫୮ ରନ କରିଥିବା ବେଳେ ଫ୍ରେୟା କେମ୍ପ ୨୮ ବଲରେ ୪୪ ରନର ଦ୍ରୁତ ଇନିଂସ ଖେଳି ଦଳକୁ ଲଢ଼େଇଯୋଗ୍ୟ ସ୍କୋରରେ ପହଞ୍ଚାଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଲୁସି ହାମିଲଟନ୍ ଓ କିମ୍ ଗାର୍ଥ ପ୍ରଭାବଶାଳୀ ବୋଲିଂ କରିଥିଲେ।

Women's T20 World Cup 2026, ENG-W vs AUS-W Final Match Report, July 05,  2026 - Australia in seventh heaven as Mooney, Litchfield seal T20 WC in  style

୧୫୧ ରନର ଲକ୍ଷ୍ୟ ପିଛା କରି ଅଷ୍ଟ୍ରେଲିଆ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲା। ଅନୁଭବୀ ବ୍ୟାଟର ବେଥ୍ ମୁନିଙ୍କ ଦମଦାର ଇନିଂସ ବଳରେ ଦଳ ମାତ୍ର ୧୭.୧ ଓଭରରେ ୩ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ଟାଇଟଲ ନିଜ ନାମରେ କରିଥିଲା। ଏହି ବିଜୟ ସହ ଅଷ୍ଟ୍ରେଲିଆ ଆଉ ଏକ ଇତିହାସ ରଚିଛି। ଘରୋଇ ମାଟିରେ ବିଶ୍ୱକପ୍ ଜିତିବାର ଇଂଲଣ୍ଡର ପରମ୍ପରାକୁ ଭାଙ୍ଗିବା ସହ ଅଷ୍ଟ୍ରେଲିଆ ପୁଣି ଥରେ ପ୍ରମାଣ କରିଛି ଯେ ମହିଳା T20 କ୍ରିକେଟରେ ସେମାନେ ହିଁ ସବୁଠାରୁ ସଫଳ ଦଳ।