ବୈଜୟନ୍ତ ଏବଂ ତାଙ୍କ ବନ୍ଧୁଙ୍କ ପାଇଁ ଶୂନ୍ୟକାଳରେ ସରଗରମ ଆଲୋଚନା

(ଗୋବିନ୍ଦ ଚନ୍ଦ୍ର ପଣ୍ଡା) : ଆଜି ବିଧାନସଭାର ଶୂନ୍ୟକାଳରେ ବିରୋଧୀଦଳ ନେତା ଓକିଲ ମାନଙ୍କ ଆନ୍ଦୋଳନ ଦ୍ୱାରା ଦୀର୍ଘ ୨୦ ଦିନଧରି ଉଚ୍ଚ ନ୍ୟାୟାଳୟ ଏବଂ ନିମ୍ନ ଅଦାଲତ ଏକ ମାସଧରି ବନ୍ଦ ରହିବା ଫଳରେ ସାଧାରଣ ଲୋକମାନେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି । ସରକାର ଏହି ସମସ୍ୟାରେ ହସ୍ତକ୍ଷେପ କରି ଏହାର ସମାଧାନ କରିବାକୁ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ବର୍ଷ ପୂର୍ତ୍ତିକୁ ରାଜ୍ୟସରକାର ପାଳନ କରିବାପାଇଁ ପ୍ରସ୍ତାବ ଦେଇଥିଲେ । କୋଣାର୍କ ମନ୍ଦିର ଉପରେ ଅଭିଜିତ ଆୟାର ଦେଇଥିବା ମନ୍ତବ୍ୟକୁ ଦୃଢ ନିନ୍ଦା କରିବାସହ ତାଙ୍କ ମନ୍ତବ୍ୟ ରାଜ୍ୟବାସୀଙ୍କୁ ଦୁଃଖିତ ଅରିଥିବା କହି କ୍ଷୋଭ ପ୍ରକାଶ କରିଥିଲେ ।

ସେହିପରି ଶାସକ ସଭ୍ୟ ସଞ୍ଜୟ କୁମାର ଦାସବର୍ମା ବିରୋଧୀ ଦଳ ନେତା ଦେଇଥିବା ଗାନ୍ଧିଜୀଙ୍କ୧୫୦ ତମ ବର୍ଷପୂର୍ତ୍ତିକୁ ରାଜ୍ୟରେ ପାଳନକରିବା ପ୍ରସ୍ତାବରେ ସହମତି ଜଣାଇଥିଲେ ଏବଂ ଚିଲିକାରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଉଡାଇବାକୁ ସମାଲୋଚନା କରିଥିଲେ । ସେ କହିଛନ୍ତି ଚିଲିକାର ସୁରକ୍ଷା ତଥା ଚିଲିକାର ଜୈବମଣ୍ଡଳର ସୁରକ୍ଷା ପାଇଁ ଆମେ କେନ୍ଦ୍ର ଦେଇଥିବା ସି ପ୍ଲେନ ପ୍ରକଳ୍ପକୁ ବିରୋଧ କରିଥିଲୁ । ଏତେ ବାରଣ ପରେ ବୈଜୟନ୍ତ ଚିଲିକା ଉପରେ ନିଜ ହେଲିକପ୍ଟର ଉଡାଇବାର ତଦନ୍ତ ହେବା ଦରକାର । ଆହୁରିମଧ୍ୟ କୋଣାର୍କ ସୂର୍ୟ୍ୟ ମନ୍ଦିର ସମ୍ପର୍କରେ ବୈଜୟନ୍ତଙ୍କ ସହ ହେଲିକପ୍ଟରରେ ଆସିଥିବା ଅଭିଜିତ ଆୟାର ଦେଇଥିବା ମନ୍ତବ୍ୟକୁ ଦୃଢ ନିନ୍ଦା କରିବାସହ ତାଙ୍କୁ ଗିରଫ କରିବାକୁ ଦାବୀ କରିଥିଲେ ସେ ।

ସେହିପରି ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଏହିପ୍ରସଙ୍ଗରେ କହିଥିଲେ ରାଜ୍ୟ ସରକାର ଦୋମୁଁହା ନୀତି ଅବଲମ୍ବନ କରୁଛନ୍ତି । ସେହିପରି ବୈଜୟନ୍ତଙ୍କ ବନ୍ଧୁ ଅଭିଜିତ ଆୟାର କୋଣାର୍କ ଉପରେ ଦେଇଥିବା ମନ୍ତବ୍ୟକୁ ଭିତ୍ତିହିନ କହିବାସହ ସଂଜୟ ଦାସବର୍ମାଙ୍କ ଅଭିଯୋଗର ଉତ୍ତର ଦେଇ କହିଥିଲେ ରାମ ମନ୍ଦିର ଆରଏସଏସଏସ ନିର୍ମାଣ କରିନାହିଁ ,ରାମ ମନ୍ଦିର ଅଯୋଧ୍ୟା ବାସୀ ନିର୍ମାଣ କରିଛନ୍ତି