ଚାଲିପାରିଲାନି ବିଧାନସଭା, ଗୃହକୁ ମୁଲତବି ରଖିଲେ ବାଚସ୍ପତି

(ଗୋବିନ୍ଦ ଚନ୍ଦ୍ର ପଣ୍ଡା) : ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୂର୍ବତନମନ୍ତ୍ରୀ ତଥା ସ୍ୱାଧିନତାସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧ।।ନଙ୍କ ପରଲୋକରେ ଶୋକପ୍ରସ୍ତାବ ଆଗତ କରାଯାଇଥିଲା । ଏହାପରେ ଚାରା ଦୁର୍ନୀତି ପ୍ରସଙ୍ଗରେ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗରେ ହଟ୍ଟଗୋଳ କରିଥିଲେ । ପରେ ଏମାନଙ୍କ ହୋହାଲ୍ଲା ପାଈଁ ବାଚସ୍ପତି ଗୃହକୁ ୧ଘଣ୍ଟା ପାଇଁ ମୁଲତବି ଘୋଷଣା କରିଥିଲେ ।

ଏନେଇ ବିଜେଡି ମୂଖପାତ୍ର ସମୀର ଦାସ କହିଛନ୍ତି କି ହୋହାଲ୍ଲା କରିବା ବିରୋଧି ଦଳଙ୍କ କାର୍ଯ୍ୟ । ସେମାନେ କେବେ ଶାନ୍ତିଶୃଙ୍ଖଳା ସହ ଗୃହର ପ୍ରଶ୍ନୋତର କାର୍ଯ୍ୟକ୍ରମ କରିନଥାନ୍ତି । ସେପଟେ ବିରୋଧି ଦଳ ନେତା ନରସିଂହ ମିଶ୍ର ପ୍ରତିକ୍ରିୟାରେ ରଖିଛନ୍ତି କି ଏତେଦିନ ବିତିଗଲେବି ଚାରା ଦୁର୍ନୀତି ପ୍ରସଙ୍ଗର କୌଣସି ସୁଫଳ ମିଳିନାହିଁ । ଏନେଇ ଆଲୋଚନା ହେବା ନିହାତି ଦରକାର ।