(ଗୋବିନ୍ଦ ପଣ୍ଡା) : ଗୃହ ଆରମ୍ଭରୁ ଉଭୟ କଂଗ୍ରେସ ଓ ବିଜେପି ଗୃହରେ ନାରା ଦେଇଥିଲା, କୃଷି ବିଭାଗରେ ହୋଇଥିବା ଚାରା ଓ ଓମଫେଡ ଘୋଟଲାକୁ ନେଇ ଉଭୟ ବିରୋଧିଦଳ ଗୃହ ମଧ୍ୟକୁ ଆସି ବାଚସ୍ପତିଙ୍କ କୋଡିୟମ ଆଗରେ ହୋହାଲ୍ଲା କରିଥିଲେ । ବାଚସ୍ପତି ଦିନ ୧୧.୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଛନ୍ତି ।
ତାନେଇ ବିଜେପି ନେତା ରବି ନାୟକ କହିଛନ୍ତି କି ଓଡିଶା ଏକ କୃଷି ପ୍ରାଧାନ୍ୟ ରାଜ୍ୟ । ଓଡିଶାରେ ୭୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି । ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ କୃଷିବିଭାଗରେ ଦୁର୍ନିତି କଥା ଉଠାଇଥିଲେ । କୃଷିମନ୍ତ୍ରୀ ପ୍ରଦିପ ମହାରଥି ମଧ୍ୟ ଏହାକୁ ସ୍ୱୀକାର କରିଛନ୍ତି କିନ୍ତୁ ଏପର୍ଯ୍ୟନ୍ତ କ’ଣ ପାଇଁ ତା’ ଉପରେ କିଛି କାର୍ଯ୍ୟନୁଷ୍ଟାନ ନିଆଯାଇନାହିଁ ଏହା ଏକ ନିନ୍ଦନିୟ ଘଟଣା । ଆଗରୁ ବହୁଥର ଦୁର୍ନିତି କରିଥିବା ମନ୍ତ୍ରୀମାନଙ୍କୁ ଦଳରୁ ବହିଷ୍କୃତ କରିଛନ୍ତି କିନ୍ତୁ ଚାରା ଉପରେ ହୋଇଥିବା ଘୋଟଲାରେ ମୂଖ୍ୟମନ୍ତ୍ରୀ ଚୁପ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ।
ସେପଟେ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି କହିଛନ୍ତି କି ମାନ୍ୟବର କୃଷିମନ୍ତ୍ରୀ ଚାରା କିଣାରେ ଦୁର୍ନୀତି ହୋଇଛିବୋଲି ଗୃହରେ ସ୍ପଷ୍ଟିକରଣ ଦିଅନ୍ତୁ । ଏହି ଘଟଣାରେ କିଏ କିଏ ଅଛନ୍ତି ଏହାର ତଦନ୍ତ ଓ ତଳରୁ ଉପର ପର୍ଯ୍ୟନ୍ତ କିଏ କିଏ ଜଡିତ ତୁରନ୍ତ ଜବାବ ଦିଅନ୍ତୁ ।
୧୧.୩୦ ରୁ ପୁଣି ଗୃହକାର୍ଯ୍ୟ ଆରମ୍ଭ ହେଲା କିନ୍ତୁ ପୁଣି ବିରୋଧିଙ୍କ ହଟ୍ଟଗୋଳ ପାଇଁ ଗୃହକୁ ୩.୩୦ ପର୍ଯ୍ୟନ୍ତ ମୁଲତବି ରଖିଲେ ବାଚସ୍ପତି ।