ଶୋକ ପ୍ରସ୍ତାବ ଆଗତ ହେବାପରେ ଦିନକପାଇଁ ଗୃହ ମୁଲତବୀ କଲେ ବାଚସ୍ପତି

(ଗୋବିନ୍ଦ ଚନ୍ଦ୍ର ପଣ୍ଡା) : ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବାମାତ୍ରେ ଦିବଂଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଶୋକ ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗତ କରିଥିଲେ । ବିଦଂଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଗୃହରେ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀ, ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ.କରୁଣାନିଧି , ପୂର୍ବତନ ମନ୍ତ୍ରୀ ଯଦୁନାଥ ଦାଶମହାପାତ୍ର , ପୂର୍ବତନ ବିଧାୟକ ସୂର୍ୟ୍ୟମଣୀ ଜେନା, ମୁରଲୀଧର କୁଅଁର , ବ୍ରଜକିଶୋର ମହାନ୍ତି ଓ କନଷ୍ଟେବଳ ସଞ୍ଜୟ ମାଝିଙ୍କୁ ମଧ୍ୟ ଗୃହରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ।

ଏହାପରେ ଗୃହକୁ ଗୋଟିଏ ଦିନପାଇଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ପ୍ରଦୀପ କୁମାର ଅମାତ ।