ବିଧାନସଭା ଶୀତ ଅଧିବେସନ ଆରମ୍ଭ ହେଉ ହେଉ ବିରୋଧୀଙ୍କ ହଟଗୋଳ ସହ ଗୃହ ମୁଲତବି … ଆସନ୍ତା କାଲି ଦିନ ୧୦ ଟା ଯାଏ ଗୃହ ମୁଲତବି କଲେ ମାନ୍ୟବର ବାଚସ୍ପତି
(ରିପୋର୍ଟସ ଟୁଡ଼େ): ଆଜି ସକାଳ ୧୧ଟାରେ ବିଧାନସଭା ଶୀତକାଳିନ ଅଧିବେସନ ଆରମ୍ଭ ହୋଇଥିଲା । ପ୍ରଥମେ ବିଧାନସଭାରେ ପୂର୍ବ ନିଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ୫ ଜଣ ଦିବଂଗତ ମାନଙ୍କ ବିୟୋଗରେ ମାନ୍ୟବର ବାଚସ୍ପତି, ମୁଖ୍ୟମନ୍ତ୍ରୀ ଏବଂ ବିରୋଧି ଦଳ ନେତାଙ୍କ ସମେତ ସମସ୍ତ ବିଧାୟକମାନେ କିଛି ସମୟ ପାଇଁ ନିରବ ପାର୍ଥନା କରିଥିଲେ । ତାପାରେ ଆରମ୍ଭ ହୋଇଥିଲା ଗୃହ କାର୍ଯ୍ୟ ସତେବଳେକୁ ଉଭୟ କଂଗ୍ରେସ ଓ ବିଜେପି ଧାନରଉଚିତ୍ ମୂଲ୍ୟ ସହ ଚାଷୀମାଗେ ସୁରକ୍ଷା ଓ ସମ୍ମାନ ନାରା ଦେଇ ବାଚସ୍ପତିଙ୍କୁ ଏହି ପ୍ରସଂଗରେ ଆଲୋଚନା କରିବାକୁ ଦାବି କରିଥିଲେ କିନ୍ତୁ ମାନ୍ୟବର ବାଚସ୍ପତି ସିଧାସଳଖ ୧୨ ଟା ୧୪ ମିନିଟ୍ ପର୍ଯ୍ୟନ୍ତ ଗୃହ ମୁଲତବୀ ଘୌଷଣା କରିଥିଲେ । ବାସ୍ ଏହାପରେ ବିଧାନ ସଭା ବାହାରେ ଆରମ୍ଭ ହୋଇଯାଇଥିଲା ଉଭୟ ଦଳର ବିଧାୟକ ମାନଙ୍କ ମଧ୍ୟରେ ତର୍କ ବିତର୍କ
୧୨ ଟା ୧୪ ମିନିଟ ପରେ ଆରମ୍ଭ ହୋଇଯାଇଥିଲା ଗୃହର କାର୍ଯ୍ୟ । କିନ୍ତୁ ମାନ୍ୟବର ବାଚସ୍ପତି କିଛି କହିବା ପୂର୍ଭରୁ ଉଭୟ ବିଜେପି ଓ କଂଗ୍ରେସ ପୁଣି ଗୃହରେ ନାରା ଦେଇଥିଲେ ଚାଷୀ ମାରଣ ନିତୀ ଚଳିବ ନାହିଁ । ଶେଷରେ ମାନ୍ୟବର ବାଚସ୍ପତି ଆସନ୍ତାକାଲି ଦିନ ୧୦ଟା ଯାଏଁ ଗୃହ ମୁଲତବୀ ଘୋଷଣା କଲେ । ଆଉ ଏହାପରେ ବିରୋଧି ଦଳ ନେତା ନରସିଂ ମିଶ୍ର କହିଥିଲେ ଯେ ଆସନ୍ତାକାଲି ଗୃହ ଖୋଲିଲେ ଅଭିଜିତର ଆୟର ପ୍ରସଙ୍ଗ ଗୃହରେ ଉଠାଇବ କଂଗ୍ରେସ