କୋରିଆକୁ ହରାଇ ସ୍ୱର୍ଣ୍ଣ ଜିତିଲା ଭାରତ ପରୁଷ ତୀରନ୍ଦାଜ

ଏସିଆ କ୍ରୀଡାରେ ଭାରତକ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି । ଭାରତ ଏ ପର୍ଯ୍ୟନ୍ତ ୮୧ଟି ପଦକ ଜିତି ସାରିଛନ୍ତି । ଏବେ ଭାରତ ପୁଣି ଏକ ସ୍ୱର୍ଣ୍ଣ ଜିତିଛନ୍ତି । ତୀରନ୍ଦାଜରେ ପୁରୁଷ କମ୍ପାଉଣ୍ଡ ଟିମ ଦକ୍ଷିଣ କୋରିଆକୁ ହରାଇ ପଦକ ହାସଲ କରିଛି । ଭାରତ ୨୩୫-୨୩୦ରେ ବିଜୟୀ ହୋଇଛନ୍ତି ।

ଟିମ୍‌ ଇଣ୍ଡିଆ ପାଇଁ ଅଭିଷେକ, ଓଜସ୍‌ ଓ ପ୍ରଥମେଶ୍‌ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଆଜି ୩ଟି ସ୍ୱର୍ଣ୍ଣ ପଦକ ଜିତିଛି ଭାରତ। ସ୍କ୍ଵାସ୍‌ର ମିକ୍ସଡ ଡବଲ୍ସରେ ଭାରତ ସ୍ୱର୍ଣ୍ଣ ଜିତିଥିବା ବେଳେ ତୀରନ୍ଦାଜୀରେ ମହିଳା କମ୍ପାଉଣ୍ଡ୍‌ ଟିମ୍‌କୁ ସ୍ୱର୍ଣ୍ଣ ମିଳିଛି। ଜ୍ୟୋତି, ଅଦିତି ଓ ପରନୀତ କୌର ଗୋଲ୍ଡ ମେଡାଲ ଜିତିଛନ୍ତି। ଚୀନର ହାଙ୍ଗଝୌଠାରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଭାରତ ପଦକ ତାଲିକାର ଚତୁର୍ଥ ସ୍ଥାନରେ ରହିଛି।