ଅନୁଗୋଳ /ସୁଧାକର ସାହୁ : ଟ୍ରକ ଧକ୍କାରେ ଚାଲିଗଲା ଆଶା କର୍ମୀଙ୍କ ଜୀବନ । ଅନୁଗୋଳ ଟାଉନ୍ ଥାନା ନିକଟ ଥାନା ଛକ ଠାରେ ସକାଳ ସମୟରେ ଟ୍ରକ୍ ଧକ୍କା ରେ ଜଣେ ଆଶା କର୍ମୀ ଙ୍କର ମୃତ୍ୟୁ ଘଟିଛି ।
ସୂଚନା ଅନୁଯାୟୀ,ଆଠମଲ୍ଲିକ ଠାକୁରଗଡ଼ ଥାନା ରିଆନାଳି ଗାଁ ର ଜଣେ ଆଶା କର୍ମୀ କୁମାରୀ ସାହୁ (୪୫) ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ କୌଣସି କାର୍ଯ୍ୟରେ ଆସିଥିଲେ। ବାଇକ୍ ଯୋଗେ ତିନି ଜଣ ଯାଉଥିବା ବେଳେ ଏକ ଟ୍ରକ୍ ବାଇକ୍ କୁ ଧକ୍କା ଦେଇଥିଲା। ଯାହା ଫଳରେ କୁମାରୀ ଉପରେ ଟ୍ରକ୍ ମାଡି ଯାଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । କୁମାରୀ ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ବାସୀ ଘଟଣା ସ୍ଥଳରେ ପହଂଚି ରାସ୍ତା ଅବରୋଧ କରିବା ସହ କ୍ଷତି ପୂରଣ ପାଇଁ ଦାବି କରିଥିଲେ। ଏ ପଟେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକ ମାନଙ୍କୁ ବୁଝାସୁଝା କରି ଥିଲା। ବୁଝାସୁଝା ବେଳେ ପୋଲିସ ଏବଂ ଜନ ସାଧାରଣ ଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା। ଘଟଣା ସ୍ଥଳ କୁ ଟାଉନ୍ ଥାନା ଅଧିକାରୀ ପହଁଚି ଲୋକ ମାନଙ୍କୁ ବୁଝାସୁଝା କରିଥିବା ଜଣା ପଡିଛି।