ବିଶ୍ୱବ୍ୟାଙ୍କର ଘୋଷଣା ମୋଦି ସରକାର ପାଇଁ ଝଟକା ହୋଇପାରେ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ବିଶ୍ୱ ବ୍ୟାଙ୍କ ରବିବାର ଦିନ ଚଳିତ ବର୍ଷରେ ଭାରତର ବିକାଶ ଦଳକୁ କମ କରିଦେଇଛି । ଏହା ମୋଦି ସରକାର ପାଇଁ ଏକ ଝଟକା ସାବ୍ୟସ୍ତ ହେବ । ବିଶ୍ୱ ବ୍ୟାଙ୍କ ଅନୁଯାୟୀ, ଭାରତର ବିକାଶ ଦଳ ୬ ପ୍ରତିଶତ ରହିପାରେ, ଯାହା ୨୦୧୮-୧୯ରେ ୬.୯ ଥିଲା ।
ଇିଶ୍ୱବ୍ୟାଙ୍କର କହିବା କଥା, ବର୍ଷ ୨୦୨୧ରେ ବୃଦ୍ଧି ଦର ଦ୍ୱିତୀୟ ଥର ୬.୯ ପ୍ରତିଶତରେ ପହଁଚିପାରେ । ସେହିପରି ୨୦୨୨ରେ ଏହା ଆହୁରି ସୁଧାର ହୋଇପାରେ । ୨୦୨୨ରେ ଭାରତର ବିକାଶ ୭.୨ ପ୍ରତିଶତ ରହିବାର ଅନୁମାନ କରାଯାଉଛି । ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ(ଆଇଏମଏଫ) ସହ ବାର୍ଷିକ ବୈଠକ ପରେ ଏହି ଘୋଷଣା କରାଯାଇଛି । ବ୍ୟାଙ୍କ ଆହୁରି କହିଛି, ଲଗାତର ଦ୍ୱିତୀୟ ବର୍ଷ ଏହି ବୃଦ୍ଧି ହାରରେ ହ୍ରାସ ହୋଇଛି । ୨୦୧୭-୧୮ରେ ଏହା ୭.୨ ପ୍ରତିଶତ ଥିଲା ।