ନୂଆଦିଲ୍ଲୀ: ଭାରତରେ ଲୁଚିଛି ଆତଙ୍କୀ ହାସିମ୍ ମୁସା । ପହଲଗାମ୍ ହମଲା ପରେ ମୁସା ଦକ୍ଷିଣ କାଶ୍ମୀର ଜଙ୍ଗଲରେ ଲୁଚିଥିବା ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଛି। ମୁସାକୁ ଜୀବନ୍ତ ଧରିବାକୁ ବଡ଼ ଧରଣର ସର୍ଚ୍ଚ ଅପରେସନ ଚଳାଇଛି ଭାରତୀୟ ସେନା। ସେପଟେ ମୁସାର ସୁରାକ ଦେଲେ ୨୦ ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ସେନା ପକ୍ଷରୁ ଘୋଷଣା କରାଯାଇଛି।
ସୂଚନା ଅନୁଯାୟୀ, ପାକିସ୍ତାନୀ ବଂଶୋଦ୍ଭବ ହାସିମ ମୁସା ଓରଫ ଆସିଫ ଫୌଜି ଓରଫ ସୁଲେମାନ ପୂର୍ବରୁ ପାକିସ୍ତାନ ସେନାର ସ୍ପେଶାଲ ଫୋର୍ସ SSGର କମାଣ୍ଡୋ ଥିଲା। ସେ ମିଲିଟାରୀ ଦ୍ୱାରା ତାଲିମପ୍ରାପ୍ତ। ହାସିମ ମୂଷା ଏବେ ଲସ୍କର-ଏ-ତୋଇବା ପାଇଁ କାମ କରୁଛି । ଗୁଇନ୍ଦା ସୂଚନା ଅନୁସାରେ, ଲସ୍କର-ଏ-ତୋଇବା ଆତଙ୍କୀ ସଂଗଠନ ତାକୁ ସ୍ବତନ୍ତ୍ର ମିଶନରେ ପଠାଇଥିଲେ । ଏଥିପାଇଁ ତାକୁ ସ୍ୱତନ୍ତ୍ର ଭାବରେ ତାଲିମ ଦେଇ ଛଡ଼ାଯାଇଥିଲା । ପାକିସ୍ତାନର ସ୍ପେଶାଲ୍ ସର୍ଭିସ ଗ୍ରୁପ୍-SSG ଦ୍ବାରା ହାସିମ୍ ମୂଷାକୁ ତାମିଲ ଦିଆଯାଇଛି । ଗୁଇନ୍ଦା ତଥ୍ୟରୁ ଏକଥା ବି ସାମନାକୁ ଆସିଛି ଯେ, ସେ ପୂର୍ବରୁ କାଶ୍ମୀରରେ ୩ଟି ଆଟାକରେ ସାମିଲ ଥିଲା ।