ବର୍ତ୍ତମାନ ସମୟରେ କେଶ ଝଡିବା ଏକ ବଡ ସମସ୍ୟା । ସେଥିପାଇଁ ବହୁ ସମୟରେ ଅନେକ ପ୍ରକାର ପ୍ରୟାସ କରିଥାଉ । କେଶକୁ ମୋଟା ଏବଂ ସୁନ୍ଦର ରଖିବା ପାଇଁ ସାମ୍ପୁ କଣ୍ଡିସନର ଲଗାଇବା ଜରୁରୀ ହୋଇତାଏ । କିନ୍ତୁ ବଜାରରେ ମିଳୁଥିବା କଣ୍ଡିସନର କେମିକାଲ ଯୁକ୍ତ ହୋଇଥାଏ । ଯାହା ଦ୍ୱାରା କେଶ ସୁନ୍ଦର ହେବା ବଦଳରେ ଖରାପ ହେବାକୁ ଲାଗିଥାଏ । ତେବେ ଆପଣ ବଜାରରେ ମିଳୁଥିବା କଣ୍ଡିସନର ବଦଳରେ ଘରୋଇ କଣ୍ଡିସନର ଲଗାନ୍ତୁ । ଆସନ୍ତୁ ଜାଣିବା ପ୍ରସ୍ତୁତ ପ୍ରଣାଳୀ..
ନଡିଆ ତେଲ ଏବଂ ମହୁର କଣ୍ଡିସନର :
– ପ୍ରଥମେ ୨ ବଡ ଚାମଚ ନଡିଆ ତେଲରେ ୧ ବଡ ଚାମଚ ମହୁ ମିଶାନ୍ତୁ ।
– ଏହା ପରେ ଓଦା କେଶରେ ମୂଳରୁ ଆରମ୍ଭ କରି ଶେଷ ପର୍ଯ୍ୟନ୍ତ ଲଗାନ୍ତୁ ।
– ଲଗାଇବାର ପ୍ରାୟ ୧ ଘଣ୍ଟା ରୁ ୩୦ ମିନିଟ୍ ପରେ ଉସୁମ ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ ।
ଆଭାକାଡୋ ଏବଂ କଦଳୀର କଣ୍ଡିସନର :
-ପ୍ରଥମେ ଗୋଟିଏ ପାଚିଲା ଆଭାକାଡୋ ଏବଂ ଗୋଟିଏ ପାଚିଲା କଦଳୀକୁ ଏକ ପାତ୍ରରେ ମିଶାନ୍ତୁ ।
– ପରେ ସେଥିରେ ୧ ଚାମଚ ଅଲିଭ୍ ଅଏଲ ପକାଇ ଭଲ ଭାବେ ମିଶାନ୍ତୁ ।
– ଏହି ମିଶ୍ରଣକୁ ଓଦା କେଶରେ ମୂଳରୁ ଆରମ୍ଭ କରି ଲମ୍ବା ପର୍ଯ୍ୟନ୍ତ ଲଗାନ୍ତୁ ।
– ଏହା ପରେ ୨୦ ରୁ ୩୦ ମିନିଟ୍ ପାଇଁ କେଶକୁ ସେହି ପରି ଛାଡିଦିଅନ୍ତୁ ।
– ତେବେ ଏହାକୁ ଲଗାଇବାର ୩୦ ମିନିଟ୍ ପରେ ଭଲ ଭାବେ କେଶକୁ ସାମ୍ପୁ କରି ଧୋଇଦିଅନ୍ତୁ ।
ଅଲିଭ୍ ଅଏଲେ ଏବଂ ଆଲୋଭେରା ଜେଲ୍ର କଣ୍ଡିସନର :
– ଅଲିଭ୍ ଅଏଲ ସହ ଆଲୋଭେରା ଜେଲ୍ ଭଲ ଭାବେ ମିଶାନ୍ତୁ ।
– କେଶର ମୂଳରୁ ଆରମ୍ଭ କରି ଶେଷ ପର୍ଯ୍ୟନ୍ତ ଲଗାନ୍ତୁ ।
– ଏହା ପରେ କେଶକୁ ଏକ ଗରମ ଟାେଓ୍ଵଲରେ ଗୁଡାଇ ୩୦ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ ।
– ପ୍ରାୟ ୩୦ ମିନିଟ୍ ପରେ କେଶକୁ ଭଲ ଭାବେ ସାମ୍ପୁ କରି ସଫା କରନ୍ତୁ ।