ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ । ମ୍ୟାଚର ଠିକ ପୂର୍ବରୁ ନ୍ୟୁଜିଲାଣ୍ଡ ଦଳକୁ ଲାଗିଛି ଆଉ ଏକ ଶକ୍ତ ଝଟକା । ଅଧିନାୟକ କେନ ୱିଲିୟମସନ ନିଜକୁ ଏହି ସିରିଜରୁ ଦୂରେଇ ରହିଥିବା ବେଳେ ଏବେ ଆଉ ଜଣେ ଟି-୨୦ ସିରିଜରୁ ଓହରି ଯାଇଥିବା ସୂଚନା ମିଳିଛି । ଟେଷ୍ଟ ସିରିଜ ପାଇଁ କାଏଲ ଜାମିଶନ ମଧ୍ୟ ଭାରତ ବିପକ୍ଷ ମ୍ୟାଚରୁ ବିଶ୍ରାମ ନେଇଛନ୍ତି । ସେମାନେ ଟେଷ୍ଟ ସିରିଜ୍ ପାଇଁ ଅଭ୍ୟାସ କରିବେ । ଏଥି ସହିତ ସେ କହିଛନ୍ତି ଯେ, ଟେଷ୍ଟ ଖେଳିବାକୁ ଥିବା ଖେଳାଳିଙ୍କ ମଧ୍ୟରୁ କିଛି ଖେଳାଳି ଟି-୨୦ରେ ଭାଗ ନେଉନାହାନ୍ତି ।
ପାଞ୍ଚ ଦିନରେ ତିନିଟି ଟି-୨୦ ମ୍ୟାଚ୍ ଅନୁଷ୍ଠିତ ହେବା ଏବଂ ତିନୋଟି ଭିନ୍ନ ସହରକୁ ଯାତ୍ରା କରିବା ସହିତ ଏକ ସନ୍ତୁଳନ ରକ୍ଷା କରିବାର ଅଛି । ଏହା ବହୁତ ବ୍ୟସ୍ତ କାର୍ୟ୍ୟସୂଚୀ । ଜାମିସନଙ୍କ ପୂର୍ବରୁ ଅଧିନାୟକ କେନ୍ ୱିଲିୟମସନ ମଧ୍ୟ ଟି-୨୦ ସିରିଜରୁ ଓହରି ଯାଇଛନ୍ତି । ସେ କହିଛନ୍ତି ଯେ, ଟେଷ୍ଟ ସିରିଜ ପାଇଁ ନିଜକୁ ପ୍ରସ୍ତୁତ କରିବା ପାଇଁ ସେ ଏହି ସିରିଜରୁ ବାହାର ଯିବାକୁ ନିଷ୍ପତ୍ତି ନେଇଛନ୍ତି।