ସୋସିଆଲ ମିଡିଆରେ ଏବେ ଜୋରଦାର ଚର୍ଚ୍ଚାରେ କ୍ରିକେଟର୍ ଅନୟା। ନିଜର ଜୀବନଯାତ୍ରା ଓ ପରିଚୟକୁ ନେଇ ପୂର୍ବରୁ ଚର୍ଚ୍ଚାରେ ରହିଥିବା ଅନୟାଙ୍କୁ ନେଇ ପୁଣି ଏକ ପୋଷ୍ଟ ଭାଇରାଲ ହେଉଛି। ଯାହାକୁ ନେଇ ଇଣ୍ଟରନେଟରେ ଆରମ୍ଭ ହୋଇଛି ନୂଆ ଆଲୋଚନା। ପୁରୁଷ ଭାବେ ଜନ୍ମ ହୋଇ ପରବର୍ତ୍ତୀ ସମୟରେ ମହିଳା ଭାବେ ନିଜର ପରିଚୟ ଗ୍ରହଣ କରିଥିବା ଅନୟାଙ୍କ ଜୀବନଯାତ୍ରା ଅନେକଙ୍କ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି।

ତାଙ୍କର ନୂଆ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ୟୁଜର୍ସଙ୍କ ମଧ୍ୟରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳୁଛି। କିଏ ତାଙ୍କର ଆତ୍ମବିଶ୍ୱାସକୁ ପ୍ରଶଂସା କରୁଛନ୍ତି ତ ଆଉ କିଏ ତାଙ୍କ ଜୀବନର ସଂଘର୍ଷ ଓ ଯାତ୍ରାକୁ ନେଇ ଆଲୋଚନା କରୁଛନ୍ତି। ତେବେ ଏହି ପୋଷ୍ଟରେ ଏମିତି କ’ଣ ରହିଛି, ଯାହାକୁ ନେଇ ଅନୟା ପୁଣି ଚର୍ଚ୍ଚାକୁ ଆସିଛନ୍ତି? ଏହାକୁ ନେଇ ଏବେ ସୋସିଆଲ ମିଡିଆରେ କୌତୂହଳ ବଢ଼ିଛି।