ଇଣ୍ଡୋନେସିଆ: ଥରିଲା ଇଣ୍ଡୋନେସିଆ । ଇଣ୍ଡୋନେସିଆ ତିମୋର ଦ୍ୱୀପରେ ଅନୁଭୂତ ହୋଇଛି ଭୂମିକମ୍ପ । ତେବେ ରୋକ୍ଟର ସ୍କେଲରେ ତୀବ୍ରତା ୬.୧ ରହିଥିବା କୁହାଯାଉଛି ।ଫଳରେ ସେହି ଅଞ୍ଚଳରେ କେତେକ କୋଠାବାଡି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି । ତେଣୁ ସେଠାରେ ଲୋକମାନେ ଭୟଭୀତ ରହିଥିବା ବେଳେ ଆନକ ଆହ ହୋଇଥିବା ସୂଚନା ରହିଛି । ସୂଚନା ଅନୁଯାୟୀ, ଇଷ୍ଟ୍ ନୁସା ତେଙ୍ଗାରା ପ୍ରଦେଶର ରାଜଧାନୀ ନଗରୀ କୁପାଙ୍ଗ୍ର ଉତ୍ତର-ଉତ୍ତରପୂର୍ବକୁ ୨୧ କିଲୋମିଟର୍ ଦୂର ଏବଂ ଭୂଗର୍ଭର ୩୬.୧ ଗଭୀର ଭୂମିକମ୍ପର ଉତ୍ପତ୍ତିସ୍ଥଳ ରହିଛି । ଭୂକମ୍ପ ହେବା ପରେ କେତେକ ସହର ଓ ଗ୍ରାମରେ ତୀବ୍ର କମ୍ପନ ଅନୁଭୂତ ହୋଇଥିଲା । ଫଳରେ ଲୋକମାନେ ଆତଙ୍କିତ ହୋଇ ଯାଇଥିଲେ । ଇଣ୍ଡୋନେସିଆରେ ସବୁବେଳେ ଭୂକମ୍ପ, ଜ୍ୱାଳାମୁଖୀ ବିସ୍ଫୋରଣ ଏବଂ ସୁନାମୀ ହୋଇଥାଏ । ଇଣ୍ଡୋନେସିଆରେ ଗତଥର ୫.୬ ତୀବ୍ରତାର ପଶ୍ଚିମ ଜାଭାର ସିୟାନଜୁର ସହରରେ ଅତିକମରେ ୬୦୨ ଲୋକଙ୍କ ଜୀବନ ଚାଲିଯାଇଥିଲା । ୨୦୧୮ରେ ମଧ୍ୟରେ ସୁନାମୀ ଏବଂ ଭୂକମ୍ପ ଆସି ୪,୩୦୦ ଅଧିକ ଲୋକ ମରିଥିଲେ ।