ନୂଆଦିଲ୍ଲୀ: ପୁଣି ଦୁର୍ଘଟଣା ହେଲା ସେନା ହେଲିକପ୍ଟର ଚିତା । ଆଜି ସକାଳ ପ୍ରାୟ ୯ଟା ୧୫ ସମୟରେ ଏହି ହେଲିକପ୍ଟରଟି ଅରୁଣାଚଳ ପ୍ରଦେଶର ବୋମ୍ଡିଲା ନିକଟରୁ ଏକ ପରୀକ୍ଷାମୂଳକ ଉଡ଼ାଣ କରିଥିଲା ଏବଂ ଏହାର କିଛି ସମୟ ପରେ ଏୟାର ଟ୍ରାଫିକ କଣ୍ଟ୍ରୋଲର(ଏଟିସି) ସହିତ ହେଲିକପ୍ଟରର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ ଏହି ହେଲିକପ୍ଟରରେ ଦୁଇଜଣ ପାଇଲଟ୍ ଥିଲେ । ଯେଉଁମାନେ ବର୍ତ୍ତମାନ ପର୍ୟ୍ୟନ୍ତ ନିଖୋଜ ରହିଛନ୍ତି । ସେନା ପକ୍ଷରୁ ସେମାନଙ୍କୁ ଉଦ୍ଧାର ପାଇଁ ଅପରେସନ୍ ଜାରି ରହିଛି । କେବଳ ସେନା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଦୁର୍ଘଟଣା ହୋଇଥିବା ହେଲିକପ୍ଟର ଚିତାକୁ ନିତ୍ୟ ବ୍ୟବହାର କାର୍ୟ୍ୟରେ ନିୟୋଜିତ କରାଯାଉଥିଲା ।ପୂର୍ବରୁ ମଧ୍ୟ ଅନେକ ଥର ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାର ଖବର ନଜର ରହିଛି । ଦୁର୍ଘଟଣା ଯୋଗୁଁ ଅନେକ ଯବାନ ଶହୀଦ ହୋଇଛନ୍ତି।