ପ୍ରେମିକାକୁ ପ୍ରେମିକ ତଣ୍ଟିଚିପି ହତ୍ୟା ଘଟଣାର ତଦନ୍ତ କଲେ ସାଇଫିଣ୍ଟିକ ଟିମ

(କଳାହାଣ୍ଡି ଗୋଲାପ ସାହୁ):-ପ୍ରେମ ସମ୍ପର୍କ ରେ କୌଣସି ଘଟଣା କୁ ନେଇ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ବଡ଼ପୁଝାରିଗୁଡା  ଗ୍ରାମ ପଞ୍ଚାୟତ ବତାସୀଗୁଡା ଗାଁ ଠାରେ ଗତକାଲି ୪ ଟା ସମୟରେ ଏକ ନାବାଳିକା ଙ୍କୁ ପ୍ରେମିକ ତଣ୍ଟିଚିପି ହତ୍ୟା ଘଟଣାରେ ଆଜି ଗାଁ କୁ ସାଇଫିଣ୍ଟିକ ଟିମ,ସନ୍ଧାନୀ କୁକୁର ସହ ପୋଲିସ ଛାନଭିନ ଆରମ୍ଭ କରିଛି।ଜୟପାଟଣା ଥାନା ଅଧିକାରୀ ବାସୁଦେବ ଛତ୍ରୀଆ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଜୟପାଟଣା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛିନ୍ତି।ଶବ ବ୍ୟବଚ୍ଛେଦ ଆସିଲେ ଘଟଣାର ବିଷୟରେ ଜଣାପଡିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି।ସୂଚନା ଅନୁଯାୟୀ ଜୟପାଟଣା ଥାନା ବାନେର ପଞ୍ଚାୟତ ଲୁହାବାହାଲ ଗ୍ରାମ  ଚଞ୍ଚରାପଡା ର ପ୍ରେମଲାଲଧଙ୍ଗଡା ମାଝୀ ନାମକ ଯୁବକ ବତାସୀଗୁଡା ଗାଁର  ୧୭ ବର୍ଷୀୟ  ପାର୍ବତୀ ଦଳପତି ନାମକ ନାବାଳିକା ଙ୍କ ମଧ୍ୟରେ ଏକ ବର୍ଷ ହେଲା ପ୍ରେମ ସମ୍ପର୍କ ରହିଥିଲା।ତେବେ ଗତକାଲି ପ୍ରେମଲାଲ ପାର୍ବତୀଙ୍କୁ ହତ୍ୟା କରିଛି ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି।ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ତଦନ୍ତ ଜାରି ରଖିଛି ।ତେବେ ଘଟଣାର  ତଦନ୍ତ କରୁଛନ୍ତି।