ଭୁବନେଶ୍ୱର: ମାଡି ଆସୁଛି ବାତ୍ୟା ‘ଦାନା’ । ତେଣୁ ବାତ୍ୟା ସମୟରେ ହେବାକୁ ଥିବା ଲୋକାଲ ପରୀକ୍ଷା ସବୁ ବାତିଲ କରାଯାଇଛି ।ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ ।
ମନ୍ତ୍ରୀ କହିଛନ୍ତି , ବାତ୍ୟାକୁ ନେଇ ପ୍ରତ୍ୟେକ ଜିଲ୍ଲା ପ୍ରଶାସନ ସହ ସମ୍ପର୍କରେ ଅଛନ୍ତି ସରକାର । ୨୫୦ ରିଲିଫ ସେଣ୍ଟର ଗ୍ରାଉଣ୍ଡ ଜିରୋରେ ତଦାରଖ କରାଯାଇଛି । ଆଶ୍ରୟସ୍ଥଳୀ ବାହାରେ ୫୦୦ରୁ ଅଧିକ ଟେମ୍ପରାରୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ହୋଇଛି । ସ୍ଥାନସ୍ତାରିତ ହେବାକୁ ଥିବା ଲୋକଙ୍କ ଚିକିତ୍ସା, ରନ୍ଧା ଖାଦ୍ୟ, ଗର୍ଭବତୀ ମହିଳାଙ୍କ ତାଲିକା ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ କରିଛି । ଡାକବାଜି ଯନ୍ତ୍ରରେ ଲୋକଙ୍କୁ ସଚେତନ କରାଯାଉଛି , ଏଥି ସହିତ ପୋଲିସ ପେଟ୍ରୋଲିଙ୍ଗ ହେବ ପଲିଥିନ ଆବଶ୍ୟକ ହେଲେ ସବୁ ଜିଲ୍ଲା ରେ ପଲିଥିନ ଗଚ୍ଛିତ କରାଯାଇଛି । ସବୁ ବନ୍ଦରକୁ ରେଡ ଆଲର୍ଟ ଜାରି କରାଯାଇଛି । ବାତ୍ୟାର ଦିଗ ବଦଳିଲେ ମୁକାବିଲା ପାଇଁ ସରକାର ପ୍ରସ୍ତୁତି କରିଛନ୍ତି ।